www.samajalive.in
Saturday, December 6, 2025
14.1 C
Bhubaneswar

ସାତକୋଶିଆରେ ପକ୍ଷୀ ଗଣନା ଶେଷ 

ହରଭଙ୍ଗା : ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅର୍ନ୍ତଗତ ସାତକୋଶିଆ ଅଭୟାରଣ୍ୟ ମହାନଦୀଗଣ୍ଡର ଚକ୍ରଗଡଠାରୁ ବେଲପୁଞ୍ଜି ମଠ ପର୍ଯ୍ୟନ୍ତ ନଦୀର ଉଭୟ ପାଶ୍ୱର୍ରେ ଚାଲିଥିବା ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି। ପକ୍ଷୀଗଣନା କାର୍ଯ୍ୟରେ ତିନୋଟି ବନଖଣ୍ଡ ଅଧିନରେ ୧୪ଟି ଟିମ ଦ୍ୱାରା କାଠ ଡଙ୍ଗା ସାହାଯ୍ୟରେ ମହାନଦୀ ଏବଂ ଅଭୟାରଣ୍ୟ ମଧ୍ୟରେ ଥିବା ଜଳଚର ପକ୍ଷୀଙ୍କ ଗଣନା କାର୍ଯ୍ୟ ଚାଲିଥିଲା।

ଗଣନା କାର୍ଯ୍ୟରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ୦୫ଟି ଟିମ, ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ୦୭ ଟି ଟିମ୍ ଏବଂ ଆଠମଲ୍ଲିକ ବନଖଣ୍ଡ ଅଧିନରେ ୦୨ଟି ଟିମରେ ସମୁଦାୟ ୫୬ ଜଣ କର୍ମଚାରୀ ଗଣନା କାର୍ଯ୍ୟରେ ସାମିଲ ଥିଲେ। କୁଶଙ୍ଗ ରେଞ୍ଜ ପକ୍ଷରୁ ମହାନଦୀର ମାରଡା ଠାରୁ କୁତୁରୀ,ମାରଡା ଠାରୁ ଶୀତଳପାଣି, ଶୀତଳପାଣି ଠାରୁ ହରଭଙ୍ଗା, ହରଭଙ୍ଗା ଠାରୁ ଅଏଡା ,ପଦ୍ମତୋଳା ଏବଂ ଭାବପୁର ଭଳି ଦୁଇଟି ପୋଖରୀରେ ଜଳଚର ପକ୍ଷୀଙ୍କ ବାଏନାକୁଲର ସାହାଯ୍ୟରେ ଗଣନା ଚାଲିଥିଲା।

ସେହିପରି ଛାମୁଣ୍ଡିଆ ରେଞ୍ଜର ମହାନଦୀର କୁତୁରୀ ଠାରୁ ବଡମୁଳ ଏବଂ ବଡମୁଳ ଠାରୁ ଛାମୁଣ୍ଡିଆ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଚାଲିଥିଲା । ୬ଟି ଡିଭିଜନର ଗଣନା ରେକର୍ଡ ହସ୍ତାନ୍ତର ପରେ ନୂଆ ପ୍ରଜାତୀର ପକ୍ଷୀ ଏବଂ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ଜଣାପଡିବ ବୋଲି ରେଞ୍ଜ ଅଫିସର ସଂସାର ବର୍ଗିଆ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories