www.samajalive.in
Sunday, December 7, 2025
16.1 C
Bhubaneswar

ପାଟଣା ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା

ପାଟଣା : ପାଟଣା ବନ ବିଭାଗ ପକ୍ଷରୁ ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ବୈତରଣୀ ଶୈବ୍ୟା କାବେରୀ ତୀର୍ଥ ନିକଟ ଚଢେଇକୁଦୁର ଏବଂ ଖିରେଇଟାଙ୍ଗିର ବଡ଼ ବନ୍ଧ ଜଳଭଣ୍ଡାରରେ ପକ୍ଷୀ ଗଣନା କରାଯାଇଛି। ଖିରେଇଟାଙ୍ଗିରୀ ବଡ଼ ବନ୍ଧରେ ପାଖା ପାଖି ୨ ହଜାର ପକ୍ଷୀ ଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ମାଛରଙ୍କା ,ହଂସରାଳି , କଳା ଓ ଧଳା ବଗ ଓ ପାଣିକୁଆଙ୍କ ସଂଖ୍ୟା ଅଧିକ ଥିଲା। ସେହିପରି ରାଜନଗର ଚଢେଇକୁଦରରେ ହଂସରାଳି, ବଗ,ପାଣିକୁଆଙ୍କ ସଂଖ୍ୟା ଅଧିକ ଥିବାବେଳେ କେତେକ ପ୍ରଜାତିର ପକ୍ଷୀଙ୍କୁ ବନବିଭାଗ ସଠିକ୍ ଚିହ୍ନଟ କରିପାରିନଥିଲା। ପାଟଣା ବନାଞ୍ଚଳ ଅଧିକାରୀ ବନ ବିହାରୀ ସର୍ଦ୍ଦାର,ଖିରେଇଟାଙ୍ଗିରି ବନପାଳ ଶିବ ନାରାୟଣ ଦେବ ,ବନରକ୍ଷୀ ଡଲିରାଣୀ ସାହୁ ଓ ଅନ୍ୟ କର୍ମଚାରୀ ମାନେ ପକ୍ଷୀ ଗଣନାରେ ସାମିଲ ଥିଲେ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories