www.samajalive.in
Saturday, December 6, 2025
26.1 C
Bhubaneswar

ଖାଇଗଲେ କାମ୍ପା ଟଙ୍କା, ହେଲାନି କାର୍ଯ୍ୟାନୁଷ୍ଠାନ

ହରଭଙ୍ଗା: ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ପୁରୁଣାକଟକ ରେଞ୍ଜ ଅଧିନରେ କାମ୍ପା ଯୋଜନାରେ ଏକ ବଡଧରଣର ଦୁର୍ନୀତିର ପର୍ଦ୍ଦାଫାଶ ପରେ ମଧ୍ୟ ଦୁର୍ନୀତିଖୋର କର୍ମଚାରୀଙ୍କ ବିରୁଦ୍ଧରେ ଏଯାବତ୍‌‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଓଲଟି ଦୁର୍ନୀତିରେ ସମ୍ପୃକ୍ତ ପୂର୍ବତନ ରେଞ୍ଜର ଏବଂ ବନରକ୍ଷୀଙ୍କୁ ସୁରକ୍ଷା ଦେବା ସାଙ୍ଗକୁ ବନବିଭାଗର କଳାଦାଗ ଲୁଚାଇବା ପାଇଁ ହୀନପ୍ରୟାସ ଚାଲିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ବାକିଥିବା ପାଖାପାଖି ୩୦ଟି ବର୍ଷାଜଳ ଗତିରୋଧଗୁଡିକର ନମୁନା(ଷ୍ଟ୍ରକଚର) ସବୁ ଯୁଦ୍ଧକାଳୀନ ଭିତିରେ ନିର୍ମାଣ ଚାଲିଥିବା ଜଣାପଡ଼ିଛି। ଯେମିତି ତଦନ୍ତ ସମୟରେ ବର୍ଷାଜଳ ଗତିରୋଧ ସ୍ଲୋପ ନିର୍ମାଣ ହୋଇଥିଲା ଏବଂ ବର୍ଷା ଜଳରେ ପଥରସବୁ ଭାସି ଯାଇଥିବା ଦର୍ଶାଇ ଏହି ଦୁର୍ନୀତି ଉପରେ ନୂଆରଙ୍ଗ ଲେପନ ପାଇଁ ବନବିଭାଗ ହୀନଚକ୍ରାନ୍ତ ଚଳାଇଛି। ଯାହାଫଳରେ ପ୍ରତିଦିନ ଶ୍ରମିକ ଲଗାଇ ଜଙ୍ଗଲରୁ ପଥର ସଂଗ୍ରହକରି ଗୋଟିଏ ପରେ ଗୋଟିଏ ଷ୍ଟ୍ରକଚର କାର୍ଯ୍ୟ କରିବାରେ ଜଙ୍ଗଲବିଭାଗ ବ୍ୟସ୍ତ ରହିଛି। ବର୍ତମାନ ସୁଦ୍ଧା ୪୨ଟି ବର୍ଷାଜଳ ଗତିରୋଧ ସ୍ଲୋପରୁ ପାଖାପାଖି ୨୦ଟି ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ଆହୁରି ୨୨ଟି ସ୍ଲୋପ ବାକି ରହିଛି।

ସୂଚନା ଥାଉ କି, ପୁରୁଣାକଟକ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ହରଭଙ୍ଗା ସେକ୍ସନର ଆରାଗଡ଼ ସଂରକ୍ଷିତ ଜଙ୍ଗଲରେ ଶଙ୍କୁଲେଇ ବିଟ୍‌ର ୬ନମ୍ବର କମ୍ପାଟମେଣ୍ଟ ଏବଂ ବୁଲୁରା ବିଟ୍‌ର ୭ ନମ୍ବର କମ୍ପାଟମେଣ୍ଟର ଗତ ବର୍ଷ କାମ୍ପା ଯୋଜନାରେ ମୃତ୍ତିକା ଓ ଆର୍ଦ୍ରତା ସଂରକ୍ଷଣ(ଏସଏମସି) କାମ ୭୦ ଲକ୍ଷଟଙ୍କା ବ୍ୟୟବରାଦରେ କରାଯାଇଛି। ମାତ୍ର ମଷ୍ଟରରୋଲରେ ଚଞ୍ଚକତା କରାଯାଇ ଶ୍ରମିକ ତାଲିକାରେ ଜଣେ ଦିବ୍ୟାଙ୍ଗ, ଜଣେ ୮୪ବର୍ଷିୟା ବୃଦ୍ଧ ହିତାଧିକାରୀଙ୍କ ସହିତ ଡାକ କର୍ମଚାରୀ ଏବଂ କଲେଜ ଛାତ୍ରଙ୍କ ନାଁରେ ମିଥ୍ୟା ବିଲ୍ କରି ଟଙ୍କା ଆତ୍ମସାତ କରାଯାଇଥିବା ସୂଚନା ଅଧିକାର ତଥ୍ୟରୁ ଘଟଣା ପଦାକୁ ଆସିଥିଲା। ଖାଲି ସେତିକି ନୁହେଁ, ଏହି ଯୋଜନାରେ ବ୍ୟୟବରାଦ ପାଇଁ ରହିଥିବା ୭୦ଲକ୍ଷ ଟଙ୍କାରୁ ମାତ୍ର ୨୦ରୁ ୨୫ ଲକ୍ଷ ଟଙ୍କା କାମକରି ବନପାଳଙ୍କ ବିନା ଚେକ୍ ମେଜରମେଣ୍ଟରେ ପୂର୍ବତନ ରେଞ୍ଜ ଅଫିସର ନିଜେ ଦସ୍ତଖତ କରି ଅର୍ଥ ବାଟମାରଣା କରିବା ଘଟଣା ସାମ୍ନାକୁ ଆସିଥିଲା। ବନ ବିଭାଗ ପକ୍ଷରୁ କାମ୍ପା ଯୋଜନାରେ ଏଭଳି ବଡଧରଣର ଦୁର୍ନୀତିର ପୋଲ୍ ସୂଚନା ଅଧିକାର ତଥ୍ୟ ଖୋଲିଥିବାବେଳେ ଘଟଣାର ଏକମାସ ପରେ ମଧ୍ୟ ସମ୍ପୃକ୍ତ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ଦୁର୍ନୀତି ନିବାରଣ ବିଭାଗ ଏହା ଉପରେ ତଦନ୍ତ କରି ନିଜଆଡୁ ମାମଲା ରୁଜୁ କରିବାକୁ ସାଧାରଣରେ ଦାବୀ ହେଉଛି। ଏ ସମ୍ପର୍କରେ ମତାମତ ପାଇଁ ବୌଦ୍ଧ ଡିଏଫଓ ଦେବପ୍ରିୟ କମ୍ପଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ସେ ଫୋନ ନ ଉଠାଇବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

- Advertisement -

 

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories