www.samajalive.in
Sunday, December 7, 2025
23.1 C
Bhubaneswar

ଫାଟୁଆରୋଗ ଚିକିତ୍ସା ପାଇଁ ଗାଁରେ ପଂହଚିଲା ପ୍ରାଣୀ ଚିକିତ୍ସକ ଦଳ 

ହରଭଙ୍ଗା : ହରଭଙ୍ଗା ବ୍ଲକରେ ବର୍ତମାନ ପ୍ରତି ଗାଁରେ ଗାଈ,ଗୋରୁ,ଛେଳି,ମେଣ୍ଢା,ପୋଢ,ମଇଁଷି ଭଳି ଗୃହପାଳିତ ପଶୁମାନଙ୍କଠାରେ ଫାଟୁଆରୋଗ ଦେଖାଦେଇଛି। ଏହା ଉପରେ ସମାଜରେ ଖବର ପ୍ରକାଶିତ ପରେ ପ୍ରାଣୀଚିକିତ୍ସା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ନିଜେ ବୌଦ୍ଧ ଉପଖଣ୍ଡ ପ୍ରାଣି ଚିକିତ୍ସାଅଧିକାରୀ ଗାଁ ଗାଁ ବୁଲି ଫାଟୁଆରୋଗ ସର୍ମ୍ପକୀତ ତଥ୍ୟ ସଂଗ୍ରହ କରିଥିଲେ। ପରବର୍ତୀ ସମୟରେ ସବୁ ଗାଁରେ ଫାଟୁଆରୋଗ ନିରାକରଣ ପାଇଁ ଏକ କ୍ୟାମ୍ପ କରିବାକୁ ଏସ.ଡି.ଭି.ଓ ଡାକ୍ତର ପ୍ରଫୁଲ କୁମାର ନାଏକ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ଅନୁସାରେ ଗୁରୁବାର ବୌଦ୍ଧ ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ଭ୍ୟାନ ସାହାଯ୍ୟରେ ପୁରୁଣାକଟକ ପଶୁଧନ ନିରୀକ୍ଷକ ନାରାୟଣ ବାରିକଙ୍କ ସହିତ ଏକ ଟିମ ବ୍ଲକର ଧଳପୁର ପଂଚାୟତର ଶାକୁସିଙ୍ଗା ଏବଂ ଦୂର୍ଗାାପୁରରେ ପଂହଚି ଫାଟୁଆ ଗାଈ ,ଗୋରୁଙ୍କ ଚିକିତ୍ସା କରିଥିବା ଦେଖିବାକୁ ମିଳିଛି। ଆସନ୍ତା ୧୦ଦିନ ମଧ୍ୟରେ ପ୍ରତି ଗାଁକୁ ଏହି ମୋଇବାଲ ଟିମ ପଂହଚି ଫାଟୁଆ ଗୃହପାଳିତ ପଶୁଙ୍କ ଚିକିତ୍ସା କରାଯିବ ବୋଲି ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ସୂଚନା ମିଳିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories