www.samajalive.in
Saturday, December 6, 2025
16.1 C
Bhubaneswar

ହରଭଙ୍ଗା ବ୍ଲକରେ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ର‍୍ୟାକେଟ୍‍ ସକ୍ରିୟ; ୧୭ଦିନରେ ୭ ଟ୍ରାନ୍ସଫର୍ମର ଚୋରି

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ବର୍ତମାନ ବିଦ୍ୟୁତ ଟ୍ରାନ୍ସଫର୍ମର ଲୁଟେରା ସକ୍ରିୟ ହୋଇପଡ଼ିଛନ୍ତି। ବ୍ଲକର ପୁରୁଣାକଟକ, ହରଭଙ୍ଗା ଏବଂ ବୌଦ୍ଧ ଥାନା ଅଞ୍ଚଳରୁ ଲୁଟେରାମାନେ ୧୭ଦିନ ମଧ୍ୟରେ ୭ଟି ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି କରି ପୁଲିସ ଏବଂ ବିଭାଗର ନିଦ ହଜାଇ ଦେଇଛନ୍ତି। ଏହି ର‍୍ୟାକେଟକୁ ଧରିବାପାଇଁ ପୁଲିସ ଖିଅ ଖୋଜୁଥିବାବେଳେ ବିଭାଗ ପକ୍ଷରୁ ଥାନାରେ ଏତଲା ଦେଇ କର୍ମଚାରୀ ମୁଣ୍ଡରେ ହାତଦେଇ ବସିବା ସାର ହୋଇଛି।

ସୂଚନା ଅନୁସାରେ, ପୁରୁଣାକଟକ ଥାନା ଅଞ୍ଚଳର ଲଇଗାଁରୁ ଗତ ୧୮ତାରିଖ ରାତିରେ ପ୍ରଥମେ ଏକ ବିଦ୍ୟୁତ୍‌‌ ଟ୍ରାନ୍ସଫର୍ମର ଚୋରି ହୋଇଥିଲା। ଏହାର ଦୁଇଦିନ ପରେ ଡିଗସିରା, ମୁଷାଡ, ବୌଦ୍ଧ ଥାନା ଅଞ୍ଚଳର ବିଷ୍ଣୁପୁର, ହାଟଗାଁ ଏବଂ ହରଭଙ୍ଗା ଥାନା ଏରିଆର ସଦଲଗଣ୍ଡା ଏବଂ ଦୁର୍ଗାପୁର ଭଳି ସ୍ଥାନରୁ ୭ଟି ଟ୍ରାନ୍ସଫର୍ମର ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି ଅପରାଧିକ କାର୍ଯ୍ୟକଳାପ ଅଞ୍ଚଳରେ ବୃଦ୍ଧି ପାଉଥିବାବେଳେ ପୁଲିସ ଏହି ର‍୍ୟାକେଟରେ ସଂଶ୍ଳୀଷ୍ଟ ଥିବା ଲୁଟେରାଙ୍କୁ ଧରିବାରେ ଏଯାବତ୍‌‌ ସକ୍ଷମ ହୋଇନାହିଁ। ଯାହାଫଳରେ ଲୁଟେରାମାନେ ପୁଲିସ ଏବଂ ବିଭାଗକୁ ଖୋଲା ଚ୍ୟାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ଟ୍ରାନ୍ସଫର୍ମର ବିଭିନ୍ନ ଅଞ୍ଚଳରୁ ଚୋରି କରିବାକୁ ସକ୍ଷମ ହେଉଛନ୍ତି। ୧୦ରୁ ୧୬ କେ.ଭି ବିଦ୍ୟୁତ ଟ୍ରାନ୍ସଫର୍ମଗୁଡିକ ଚୋରି ଘଟିଥିବାବେଳେ ଗୋଟିଏ ଗୋଟିଏ ଟ୍ରାନ୍ସଫର୍ମର ମୂଲ୍ୟ ୩୦ହଜାର ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଅନ୍ୟପଟେ ଟ୍ରାନ୍ସଫର୍ମର ଚୋରି ଯୋଗୁଁ ଉପଭୋକ୍ତା ଅନ୍ଧାରରେ ରାତି କାଟୁଥିବା ଜଣାପଡ଼ିଛି। ଏନେଇ ପୁଲିସ ଏବଂ ବିଭାଗ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ ସହିତ ଏହି ରାକେଟର ମାଷ୍ଟରମାଇଣ୍ଡଙ୍କୁ ଧରିବା ପାଇଁ ସାଧାରଣରେ ଦାବୀ ଉଠୁଛି।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories