www.samajalive.in
Saturday, December 6, 2025
23.1 C
Bhubaneswar

ଜିଲ୍ଲା ଦାବି ନେଇ ୭ରେ ଟିଟିଲାଗଡ଼ ବନ୍ଦ

ଟିଟିଲାଗଡ଼: ଦୀର୍ଘ ୩୨ ବର୍ଷ ଧରି ଜାରି ରହିଥିବା ଟିଟିଲାଗଡ଼ ଜିଲ୍ଲା ଦାବି ପୁଣି ଥରେ ଉଗ୍ର ରୂପ ନେବାକୁ ଯାଉଛି। ମଙ୍ଗଳବାର ଏନେଇ ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ ଆଇନଜୀବୀ କୃଷ୍ଣଚନ୍ଦ୍ର ସାହୁ ସ୍ଥାନୀୟ ବାର ସଭାଗୃହ ପରିସରରେ ସାମ୍ବାଦିକ ସମ୍ମିଳନୀ ଡାକି ଟିଟିଲାଗଡ଼ବାସୀଙ୍କୁ ପ୍ରତାରଣା କରାଯାଉଥିବା ଅଭିଯୋଗ କରିଛନ୍ତି। ସରକାରୀ ସ୍ତରରେ ରାଜ୍ୟରେ ନୂତନ ପଦ୍ମପୁର ଜିଲ୍ଲା ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ନିର୍ଦେଶରେ ପ୍ରସ୍ତାବିତ ପଦ୍ମପୁର ଜିଲ୍ଲାପାଳଙ୍କ କୋଠା ନିର୍ମାଣ ନେଇ ସମ୍ବଲପୁର ଆରଡ଼ିସି ପଦ୍ମପୁର ଗସ୍ତ କରିଥିଲେ। ଏହାକୁ ନେଇ ଟିଟିଲାଗଡ଼ ଜିଲ୍ଲା ସଂଗ୍ରାମୀଙ୍କ ମଧ୍ୟରେ ପ୍ରବଳ ଆକ୍ରୋଶ ପ୍ରକାଶ ପାଇଛି। ଏନେଇ ଆସନ୍ତା ୭ରେ ଟିଟିଲାଗଡ଼ ବନ୍ଦ ପାଳନ ସହ ପରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ବୈଠକରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କମିଟିର ଯୁଗ୍ମ ଆବାହକ ଆଇନଜୀବୀ ମହେଶ ମହାନ୍ତିଙ୍କ ସମେତ ଅନ୍ୟ ଉପସ୍ଥିତ ଜିଲ୍ଲା ସଂଗ୍ରାମୀ ମତବ୍ୟକ୍ତ କରିଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories