www.samajalive.in
Saturday, December 6, 2025
26.1 C
Bhubaneswar

ଏଟିଏମ୍‌ ନା ଆବର୍ଜ୍ଜନା କୁଣ୍ଡ ? ପାନଛେପ, ଚିରାକାଗଜରେ ଭର୍ତ୍ତି

ହରଭଙ୍ଗା: ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ ବଜାର ଉପକଣ୍ଠରେ ରହିଥିବା ଏକ ଏସବିଆଇ ଏଟିଏମ କାଉଣ୍ଟର ବର୍ତମାନ ଆବର୍ଜ୍ଜନା କୁଣ୍ଡ ପାଲଟିଥିବା ଦେଖିବାକୁ ମିଳିଛି, ଯାହା ସ୍ବଚ୍ଛତା ଉପରେ ବଡ ପ୍ରଶ୍ନଚିହ୍ନ ଛିଡ଼ା କରିଛି।

ପ୍ରକାଶ ଯେ, ବ୍ଲକର ଅନ୍ୟ ଏକ ଜନଗହଳିପୂର୍ଣ୍ଣ ସ୍ଥାନ ଚାରିଛକରେ ବ୍ଲକ, ତହସିଲ, କୋର୍ଟ ଭଳି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଛି। ଏହାର ମଧ୍ୟଭାଗ ଦେଇ ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ଅତିକ୍ରମ କରିଛି। ସବୁ ଦୃଷ୍ଟିକୋଣରୁ ଏଠାରେ ବାହାର ଜିଲ୍ଲାବାସୀଙ୍କ ଚଳପ୍ରଚଳ ରହିଛି। ଏହାକୁ ଦୃଷ୍ଟିରେ ରଖି ବଜାର ଉପରେ ଏକ ଏଟିଏମ ରହିଥିବାବେଳେ ଏହାର ରକ୍ଷଣାବେକ୍ଷଣା ପାଇଁ ସିକ୍ୟୁରିଟି ଗାର୍ଡ ମଧ୍ୟ ନାହାନ୍ତି। ଫଳରେ ବିଭିନ୍ନ ସମୟରେ ଏଟିଏମକୁ ଟଙ୍କା ଉଠାଣ ପାଇଁ ଆସୁଥିବା ଗ୍ରାହକମାନଙ୍କ ପାନଛେପ ସାଙ୍ଗକୁ ଚିରାକାଗଜରେ ଏହାର ପରିସର ଅପରିଷ୍କାର ହୋଇ ରହିଛି। ବାହାରୁ ଆସୁଥିବା ଲୋକ ଏଟିଏମର ଏଭଳି ଅବସ୍ଥା ଦେଖି ମନଉଣା କରିବା ସହିତ ଲୋକଙ୍କ ସ୍ୱଛତା ପ୍ରତି କୌଣସି ସଚେତନତା ନଥିବା ଅନୁଭବ କରୁଛନ୍ତି। ସବୁଠାରୁ ବଡ଼କଥା ହେଲା ଏଟିଏମ ପରିସ୍କାର ପରିଚ୍ଛନ୍ନ ଦାୟିତ୍ୱ ଜଣେ ସ୍ୱେଛାସେବୀ ସଂସ୍ଥାକୁ ଦିଆଯାଇଥିବା ବେଳେ ସେ ମଧ୍ୟ ଦୃଷ୍ଟି ଦେଉନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଶୁଣିବାକୁ ମିଳୁଛି। ବ୍ୟାଙ୍କ କର୍ତ୍ତୃପକ୍ଷ ଗ୍ରାହକଙ୍କ ଏଟିଏମ ସେବା କ୍ଷେତ୍ରରେ ଏଭଳି ବ୍ୟତିକ୍ରମକୁ ନେଇ ଅସନ୍ତୋଷ ଗ୍ରାହକ ଆଇନର ଦ୍ୱାରସ୍ଥ ହେବାକୁ ସଜବାଜ ହେଉଥିବା ସୂଚନା ମିଳିଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories