ଡେସ୍କ: ଭାରତ ଚନ୍ଦ୍ରଯାନ-୩ ମିଶନ ଜରିଆରେ ଚନ୍ଦ୍ର ଅନୁସନ୍ଧାନରେ ଏକ ବଡ ସଫଳତା ହାସଲ କରିଛି। ଆଜି ମହାକାଶଯାନର ‘ବିକ୍ରମ’ ଲ୍ୟାଣ୍ଡର୍ ମଡ୍ୟୁଲ୍, ପ୍ରପଲସନ ମଡ୍ୟୁଲ୍ ଠାରୁ ସଫଳତାର ସହିତ ପୃଥକ ହୋଇଛି। ‘ବିକ୍ରମ’ ଲ୍ୟାଣ୍ଡର୍ ମଡ୍ୟୁଲ୍ ମଧ୍ୟରେ ରହିଛି ‘ପ୍ରଜ୍ଞାନ’ ଯାହା ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଅବତରଣ କରିବା ପରେ ସେଥିରୁ ବାହାରକୁ ଆସିବ।
ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉଭୟ ମଡ୍ୟୁଲ ଅର୍ଥାତ ପ୍ରପଲସନ ମଡ୍ୟୁଲ୍ ଠାରୁ ‘ବିକ୍ରମ’ ଲ୍ୟାଣ୍ଡର୍ ମଡ୍ୟୁଲ୍ ଅଲଗା ହେବାର ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଆସନ୍ତାକାଲି (୧୮ ଅଗଷ୍ଟ) ‘ବିକ୍ରମ’ ଲ୍ୟାଣ୍ଡର୍ ମଡ୍ୟୁଲ୍ ଚନ୍ଦ୍ରର ଆହୁରି ନିକଟତର ହେବ। ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୭ ମିନିଟରେ ଚନ୍ଦ୍ରଯାନ ସହଜ ଅବତରଣ (ସଫ୍ଟ ଲ୍ୟାଣ୍ଡିଂ) କରିବ ବୋଲି ସୂଚନା ମିଳିଛି।



