www.samajalive.in
Saturday, December 6, 2025
23.1 C
Bhubaneswar

ଦେଶୀବନ୍ଧୁକ ଓ ଜୀବନ୍ତ ଗୁଳି ଜବତ; ଯୁବକ ଗିରଫ

ବୁର୍ଲା: ବୁର୍ଲା ଥାନା ପୁଲିସ ସନ୍ଦିଗ୍ଧ ଅବସ୍ଥାରେ ଜଣେ ଦୁର୍ବୃତ୍ତକୁ ଦେଶୀବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି ଏବଂ ଫୁଟା ଗୁଳି ସହିତ ଗିରଫ କରିବାରେ ସଫଳ ହୋଇଛି। ପୁଲିସ ସୂଚନା ମୁତାବକ, ମୁଣ୍ଡୋଘାଟ ବ୍ରିଜ୍ ନିକଟରୁ ସୁଦାମ ସତନାମୀ ନାମକ ଯୁବକକୁ ପୁଲିସ ସନ୍ଦିଗ୍ଧ ଅବସ୍ଥାରେ ଗିରଫ କରିଛି। ଉକ୍ତ ଯୁବକଠାରୁ ଏକ ଦେଶୀବନ୍ଧୁକ ପୁଲିସ ଜବତ କରିବା ସହିତ ଏକ ଅଫୁଟା ଜୀବନ୍ତ ଗୁଳି ଏବଂ ଫୁଟା ଗୁଳିର ଖୋକା ଜବତ କରିଛି। ତେବେ ଯୁବକ ଜଣକ କୌଣସି କାଣ୍ଡ ଭିଆଇବା ପାଇଁ ଏଠାକୁ ଆସିଥିଲା ଏବଂ ଫୁଟା ଗୁଳିର ରହସ୍ୟ ବର୍ତ୍ତମାନ ସୁଦ୍ଧା ଉନ୍ମୋଚନ ହୋଇ ପାରିନଥିବା ପୁଲିସ ସୂଚନା ଦେଇଛି। ଯୁବକ ଜଣକର ଘର କେଉଁଠି ତାହା ମଧ୍ୟ ସ୍ପଷ୍ଟ ହୋଇ ପାରିନାହିଁ। ୧୫ ତାରିଖରେ ଉକ୍ତ ଯୁବକକୁ ପୁଲିସ ଗିରଫ କରିଥିବା ସୂଚନା ବୁର୍ଲା ଥାନାଧିକାରୀ ଅନୀଲ କୁମାର ପ୍ରଧାନ ଦେଇଛନ୍ତି। ଦୁର୍ବୃତ୍ତ ସୁଦାମଙ୍କୁ କୋର୍ଟକୁ ଚାଲାଣ କରି ଦିଆଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories