www.samajalive.in
Saturday, December 6, 2025
16.1 C
Bhubaneswar

ସ୍କୁଲ ମିଶ୍ରଣ ପ୍ରକିୟା ଛାଟ, ୫୨ ସ୍କୁଲରେ ତାଲା

ହରଭଙ୍ଗା: ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷାକୁ ଲକ୍ଷ୍ୟରଖି ହାଇସ୍କୁଲଗୁଡିକ ୫-ଟିରେ ରୂପାନ୍ତରିକରଣ କରି ଶିକ୍ଷାକ୍ଷେତ୍ରରେ ସରକାର ଏକ ଐତିହାସିକ ପରିବର୍ତ୍ତନ ଆଣିଛନ୍ତି। ଏଭଳି ପ୍ରକିୟା ସାରାରାଜ୍ୟରେ ବଳବତ୍ତର ରହିଛି। ଅନ୍ୟପଟେ ଶିକ୍ଷାବିଭାଗର ଅଜବ ନୀତି ଯୋଗୁଁ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍କୁଲଗୁଡିକର ମିଶ୍ରଣ ପ୍ରକିୟା ପରେ ବର୍ଷ ବର୍ଷଧରି ଚାଲୁଥିବା ଶିକ୍ଷାନୁଷ୍ଠାନର ବିକଳଚିତ୍ର ଶିକ୍ଷାପ୍ରେମୀ, ବୁଦ୍ଧିଜୀବୀ ମହଲରେ ବଡ ଅସନ୍ତୋଷର କାରଣ ସାଜିଛି।

ପ୍ରକାଶ ଯେ, ରାଜ୍ୟ ପ୍ରାଥମିକ ଶିକ୍ଷାବିଭାଗର ନିଷ୍ପତ୍ତିକ୍ରମେ ଆର୍ଥିକ ବର୍ଷ ୨୦୨୦-୨୧ରେ କମ୍‌‌ ସଂଖ୍ୟକ ପିଲାରେ ଚାଲୁଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍କୁଲଗୁଡିକୁ ୧କିଲୋମିଟର ଦୂରତା ମଧ୍ୟରେ ଥିବା ସ୍କୁଲରେ ମିଶ୍ରଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା। ପ୍ରାଥମିକ ସ୍କୁଲରେ ୨୦ରୁ କମ୍‌‌ ସଂଖ୍ୟକ ପିଲାଥିବା ସ୍କୁଲଗୁଡିକୁ ୧କିଲୋମିଟର ଭିତରେ ଥିବା ଅନ୍ୟ ପ୍ରାଥମିକ ସ୍କୁଲରେ ମିଶ୍ରଣ ପାଇଁ ନିଷ୍ପତ୍ତି ନିଆଗଲା। ଏହା ସହିତ ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିରେ ୪୦ରୁ କମ୍‌‌ ସଂଖ୍ୟକ ପିଲାଥିବା ସ୍କୁଲଗୁଡିକୁ ସେପରି ୧କିଲୋମିଟର ଭିତରେ ଥିବା ଉଚ୍ଚପ୍ରାଥମିକ ସ୍କୁଲଗୁଡିକରେ ମିଶ୍ରଣ ପାଇଁ ସରକାରୀସ୍ତରରେ ନିଷ୍ପତି ନିଆଗଲା। ଏହି ମିଶ୍ରଣ ପ୍ରକିୟାକୁ ବିରୋଧକରି ଅନେକ ଅବିଭାବକ, ଗ୍ରାମବାସୀ ଶିକ୍ଷାବିଭାଗ, ଜିଲ୍ଲାପାଳ ଏବଂ ରାଜନେତାଙ୍କୁ ଗୁହାରି ପରେ ବି ସ୍କୁଲ ମିଶ୍ରଣ ପ୍ରକିୟା କାର୍ଯ୍ୟ ତ୍ୱାରାନ୍ୱିତ ହୋଇଥିଲା। ଏହିକ୍ରମରେ ଜିଲ୍ଲାର ବୌଦ୍ଧ, କଣ୍ଟାମାଳ, ହରଭଙ୍ଗା ଏବଂ ବୌଦ୍ଧ ଏନଏସି ଅଧିନରେଥିବା ୫୨ଟି ପ୍ରାଥମିକ ସ୍କୁଲକୁ ଅନ୍ୟ ସ୍କୁଲରେ ମିଶ୍ରଣ କରାଯାଇଥିଲା। ସେଥିରୁ ବୌଦ୍ଧ ବ୍ଲକରେ ସର୍ବାଧିକ ୨୫, କଣ୍ଟାମାଳ ବ୍ଲକରେ ୧୭, ହରଭଙ୍ଗା ବ୍ଲକରେ ୦୯ ଏବଂ ବୌଦ୍ଧ ଏନଏସିରେ ମାତ୍ର ଗୋଟିଏ ସ୍କୁଲକୁ ମିଶାଇ ସର୍ବମୋଟ ୫୨ଟି ପ୍ରାଥମିକ ସ୍କୁଲକୁ ଅନ୍ୟ ସ୍କୁଲରେ ମିଶ୍ରଣ କରାଗଲା। ଏହାପରେ ଦୀର୍ଘ ଦୁଇବର୍ଷ ହେଲା ବିଭିନ୍ନ ଗ୍ରମାଞ୍ଚଳରେ ଥିବା ପ୍ରାଥମିକ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ହେବା ଫଳରେ କେତେକ ସ୍ଥାନରେ ବନ୍ଦ ଶିକ୍ଷାନୁଷ୍ଠାନରେ ଠିକଦାର କ୍ୟାମ୍ପ ଚାଲିଥିବା ବେଳେ ଆଉ କେତେଗୁଡିଏ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ସ୍କୁଲ ବନ୍ଦ ପରେ ଗ୍ରାମଞ୍ଚଳରୁ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ କୁନି କୁନି ପିଲା ଏକ କିଲୋମିଟର ମଧ୍ୟରେ ଥିବା ସ୍କୁଲକୁ ଯିବାରାସ୍ତାରେ ଭାରିଯାନ, ଅଧିକ ଯାନବାହାନ ଚଳାଚଳ ରାସ୍ତା ଦେଇ ବିପଦସଙ୍କୁଳ ଅବସ୍ଥାରେ ପାଠପଢ଼ିବା ପାଇଁ ଯାଉଥିବା ଦେଖିବାକୁ ମିଳୁଛି।

- Advertisement -

ଅନ୍ୟପଟେ କେତେକ ଅବିଭାବକ ପିଲାଙ୍କୁ ସୁରକ୍ଷିତ ସ୍କୁଲକୁ ନେବା ଆଣିବା କଷ୍ଟକର ବ୍ୟାପାର ଚିନ୍ତାରେ ପିଲାଙ୍କ ପାଠପଢ଼ାରେ ସେତେଟା ଗୁରୁତ୍ୱ ଦେଉନଥିବାରୁ ଗ୍ରାମଣ୍ଟାଳ ପିଲାମାନେ ଏବେ ପ୍ରାଥମିକ ଶିକ୍ଷାରୁ ମୁହଁ ଫେରାଇ ଘରକାମରେ ଲାଗି ପଡ଼ିଛନ୍ତି। ଶିକ୍ଷାର ମୂଳଦୂଆ ପ୍ରାଥମିକ ଶିକ୍ଷାର ଏଭଳି ନବୀକରଣ ପରେ ଶିକ୍ଷାକ୍ଷେତ୍ରରେ ଗ୍ରାମାଞ୍ଚଳ ପିଲାଙ୍କ ଉପସ୍ଥାନ କମ୍‌‌, ବେଶୀକୁ ବେଳଥାଉ ଥାଉ ତର୍ଜ୍ଜମା କରାନଗଲେ ଗ୍ରାମାଞ୍ଚଳର ଗରିବ, ମଧ୍ୟବିତ ପିଲା ଶିକ୍ଷାରୁ ବଞ୍ଚିତ ହେବା ଜଳ ଜଳ ହୋଇ ଦିଶୁଛି। ଅନ୍ୟପଟେ ବନ୍ଦ ଶିକ୍ଷାନୁଷ୍ଠାନଗୁଡିକୁ ପଂଚାୟତିରାଜ ବିଭାଗକୁ କାଗଜପତ୍ରରେ ସ୍ଥାନାନ୍ତରିତ କରାନଯିବା ଯୋଗୁଁ ବନ୍ଦ ଶିକ୍ଷାନଷ୍ଠାନରେ ବେନିୟମ କାର୍ଯ୍ୟକଳାପ ବୃଦ୍ଧିକୁ ପରୋକ୍ଷରେ ପ୍ରୋତ୍ସାହନ ଯୋଗାଉଛି। ମୋଟାମୋଟି ଭାବେ ସବୁ ଦିଗଗୁଡିକୁ ତର୍ଜ୍ଜମା କରାଯାଇ ବନ୍ଦ ଶିକ୍ଷାନୁଷ୍ଠାନଗୁଡିକୁ ପୁନଃ କାର୍ଯ୍ୟକ୍ଷମ କରାଗଲେ ଶିକ୍ଷାନୁଷ୍ଠାନର ପୁନଃ ମର୍ଯ୍ୟାଦା ଫେରିପାଇବା ସହିତ ପ୍ରାଥମିକ ଶିକ୍ଷା ଉପରେ ପୂର୍ବପରି ଗ୍ରାମାଞ୍ଚଳ ପିଲାଙ୍କ ଶିକ୍ଷା ପାଇଁ ଆଗ୍ରହ ବଢ଼ିପାରନ୍ତା ବୋଲି ବୁଦ୍ଧିଜୀବୀ ପ୍ରାଣକୃଷ୍ଣ ଗୁରୁ, ଭିକାରୀ ଚରଣ ବାଈ ପ୍ରମୁଖ ଦାବୀ କରିଛନ୍ତି। ଏ ଦିଗରେ ରାଜ୍ୟ ସରକାର ବିଚାରବିମର୍ଷ କରିବାର ସମୟ ଆସିଛି।

ସୂଚନା ଥାଉ କି, ସ୍କୁଲ ମିଶ୍ରଣ ପ୍ରକିୟା କାର୍ଯ୍ୟକ୍ରମରେ ହରଭଙ୍ଗା ବ୍ଲକର ବାରିଙ୍ଗ୍‌‌, ବୃନ୍ଦାବନ, ବୁଲୁରା, ଗାନ୍ଧିଗ୍ରାମ, କୃଷ୍ଣପାଲ୍ଲୀ, ଈନ୍ଦ୍ରପୁର, ଖଜୁରୀଆ, କୁଟୀଝାର, ରାଜିଂ ଭଳି ସ୍କୁଲଗୁଡିକ ବନ୍ଦ ଅବସ୍ଥାରେ ପଡ଼ିରହିଛି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories