www.samajalive.in
Saturday, December 6, 2025
23.1 C
Bhubaneswar

ଜାମିନ ରଦ୍ଦ କରି ଟିଟୋକୁ ଗିରଫ ନିର୍ଦେଶ

ଭୁବନେଶ୍ବର: ପୁଣି ଟାର୍ଗେଟରେ ଗ୍ୟାଙ୍ଗଷ୍ଟାର ଟିଟୋ। ଗ୍ୟାଙ୍ଗଷ୍ଟାର ଟିଟୋକୁ ଗିରଫ କରିବାକୁ ଆଜି ହାଇକୋର୍ଟଙ୍କ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ପାଇଥିବା ଜାମିନ ରଦ୍ଦ କରି ଗିରଫ କରିବାକୁ କୋର୍ଟ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି। ଗ୍ୟାଙ୍ଗଷ୍ଟାର ଟିଟୋ ଜାମିନ ସର୍ତ୍ତ ଖିଲାପ କରିଥିବାରୁ ତାକୁ ଗିରଫ କରିବାକୁ ନିର୍ଦେଶ ଦିଆଯାଇଛି।

ଏଠାରେ ସୂଚନା ଯୋଗ୍ୟ ଯେ ୨ଟି ମାମଲାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଥିଲା ଗ୍ୟାଙ୍ଗଷ୍ଟାର ଟିଟୋ। ସର୍ତ୍ତ ଅନୁସାରେ ପ୍ରତି ସପ୍ତାହରେ ଥାନାରେ ହାଜର ହେବାକୁ ନିର୍ଦେଶ ରହିଥିଲା। ତେବେ ସର୍ତ୍ତ କୋହଳ କରିବାକୁ ପୁଣି କୋର୍ଟ ଯାଇଥିଲା ଟିଟୋ। କିନ୍ତୁ କୋର୍ଟ କିଛି ରାୟ ଦେବା ପୂର୍ବରୁ କେନ୍ଦ୍ରାପଡ଼ା ଟାଉନ ଥାନାରେ ଟିଟୋ ଥାନା ହାଜିରା ବନ୍ଦ କରିଦେଇଥିଲା। ଏ ନେଇ କେନ୍ଦ୍ରାପଡ଼ା ଟାଉନଥାନା ପକ୍ଷରୁ କୋର୍ଟକୁ ଅବଗତ କରାଯାଇଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories