ହୀରାକୁଦରେ ଖୋଲିଲା ୮ ଫାଟକ, ବଢୁଛି ଜଳଭଣ୍ଡାରର ଜଳସ୍ତର

ଭୁବନେଶ୍ବର: ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିିଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳସ୍ତର ବଢୁଥିବାରୁ ଖୋଲାଗଲା ହୀରାକୁଦରେ ମୋଟ ୮ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ଛଡାଯାଉଛି । ବାମପଟର ୬ଟି ଓ ଡାହଣ ପଟର ୨ଟି ସ୍ଲୁଇସ୍ ଗେଟ୍ ଓ ବିଭିନ୍ନ କେନାଲ ଦେଇ ବନ୍ୟାଜଳ ଛଡ଼ାଯାଉଛି ବୋଲି ସୂଚନା ଦିଆଯାଇଛି।

prayash

ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୨୯ ହଜାର ୧୫୫ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୮ ଟି ଗେଟ ଦେଇ ୧ ଲକ୍ଷ ୬୨ ହଜାର ୭୩୮ ଘନଫୁଟ ଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ଡ୍ୟାମର ଜଳସ୍ତର ୬୧୪.୪୩ ଫୁଟରେ ପହଞ୍ଚିଛି। ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ପରେ ତଳିଆ ଅଞ୍ଚଳର ଲୋକଙ୍କ ସତର୍କ କରାଯାଇଛି ।

Comments are closed.