www.samajalive.in
Sunday, December 7, 2025
14.1 C
Bhubaneswar

ଜିଲାପାଳଙ୍କ ଅଭିଯୋଗ ଶୁଣାଣି ସ୍ଥଳରେ ବିଦ୍ୟୁତ ସେବାରୁ ବଞ୍ଚିତ ଲୋକଙ୍କ ଧାରଣା

ଝୁମ୍ପୁରା: ଝୁମ୍ପୁରା ପଞ୍ଚାୟତ ଏବଂ ନିଶ୍ଚିନ୍ତପୁର ପଞ୍ଚାୟତର କିଛି ସାହି ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ ରହିଛନ୍ତି। ଜିଲାପାଳଙ୍କଠାରେ ବାରମ୍ବାର ଅଭିଯୋଗ କରି ମଧ୍ୟ ନିରାଶ ହୋଇଥିବାରୁ ସେମାନଙ୍କ ସାହିକୁ ବିଦ୍ୟୁତ୍‌‌ ସଂଯୋଗ କରିବା ଦାବୀରେ ସୋମବାର ଝୁମ୍ପୁରାଠାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ସ୍ଥାନରେ ଧାରଣା ଦେଇଥିଲେ ଝୁମ୍ପୁରା ପଞ୍ଚାୟତର ନାଏକ ସାହି, ନିଶ୍ଚିନ୍ତପୁର ପଚାୟତର କନକନା ଗାଁର ଦଳକା ସାହି ଓ ସାଳିବନ୍ଧ ସାହିରେ ବସବାସ କରୁଥିବା ବାସିନ୍ଦା। ଏହି ତିନଟି ସାହିକୁ ବିଦ୍ୟୁତ୍‌‌ ସଂଯୋଗ କରିବା ପାଇଁ ଜିଲାପାଳ ଯୋଡା ବିଦ୍ୟୁତ ଅଧିକାରୀଙ୍କୁ ଡିସେମ୍ବର ମାସରେ ନିର୍ଦେଶ ଦେଇଥିଲେ। ଜିଲାପାଳ ବିଦ୍ୟୁତ ବିଭାଗକୁ ତତ୍କାଳ ବିଦ୍ୟୁତ୍‌‌ ଯୋଗାଇ ଦେବାକୁ କଡା ନିର୍ଦେଶ ଦେଇଥିଲେ ମଧ୍ୟ ବିଦ୍ୟୁତ୍‌‌ ବିଭାଗ କୌଣସି ଗୁରୁତ୍ୱ ଦେଇନଥିଲେ। ଆଜି ୩ ସାହିର ଜନସାଧାରଣ ସମେତ ବରଦାପାଳ ସରପଞ୍ଚ ଗଣେଶ ମୁଣ୍ଡା, ନିଶ୍ଚିନ୍ତପୁର ସରପଞ୍ଚ ପୁଷ୍ପାଞ୍ଜଳି ମୁଣ୍ଡା, କୁଟୁଗାଁ ସରପଞ୍ଚ ଲକ୍ଷ୍ମୀ ଚାମ୍ପିଆ, ଝୁମ୍ପୁରା ସରପଞ୍ଚ ରେବତୀ ବିରୁଆ ପ୍ରମୁଖ ତିନି ସାହି ବାସିନ୍ଦାଙ୍କ ସହିତ ମିଶି ଧାରଣାରେ ବସିଥିଲେ। ଯୋଡା ବିଦ୍ୟୁତ୍‌‌ ବିଭାଗର ଅଧିକାରୀ ମନୋରଞ୍ଜନ ଜେନା, ଝୁମ୍ପୁରା ଥାନା ଅଧିକାରୀ ବିରେନ୍ଦ୍ର ଶିଆଳ, ଚମ୍ପୁଆ ଏସ୍‌‌ଡିପିଓ ବିଜୟ କୁମାର ମଲ୍ଲିକ ପ୍ରମୁଖ ଦୀର୍ଘ ସମୟ ସରପଞ୍ଚ ଓ ସାହି ବାସିନ୍ଦାଙ୍କ ସହିତ ଆଲୋଚନା କରିଥିଲେ ଏହି ୩ ସାହି ବାସିନ୍ଦାଙ୍କୁ ୧୫ ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗୀକରଣ କରିବାକୁ ଲିଖିତ ପ୍ରତିଶୃତି ଦେବା ପରେ ସରପଞ୍ଚ ଏବଂ ସାହି ବାସିନ୍ଦା ଧାରଣରୁ ଉଠିଥିବା ଦେଖିବାକୁ ମିଳିଥିଲା। ବିଦ୍ୟୁତ ବିଭାଗ ଦେଇଥିବା ପ୍ରତିଶୃତିକୁ ପାଳନ ନକଲେ ଆଗାମୀ ଦିନରେ ଏହି ସାହି ବାସିନ୍ଦାମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ବରଦାପାଳ ସରପଞ୍ଚ ଗଣେଶ ମୁଣ୍ଡା ସୂଚନା ପ୍ରଦାନ କରିଛନ୍ତି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories