www.samajalive.in
Tuesday, December 9, 2025
17.1 C
Bhubaneswar

ଜିଲାପାଳଙ୍କ ଗସ୍ତ ପରେ ବଦଳୁଛି ଅନ୍ଧାରୀମୂଲକ ଗାଁର ଛବି: କାଚପାଜୁ, ବାଙ୍କପାଜୁରେ ଲାଗିଲା ସୋଲାର ପ୍ରକଳ୍ପ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଅନ୍ଧାରୀମୂଲକ କଣ୍ଡରା, କାଚପାଜୁରେ ବୌଦ୍ଧ ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ପାଦ ପଡ଼ିବା ପରେ ଧିରେ ଧିରେ ଏହାର ଚିତ୍ର ବଦଳିବାରେ ଲାଗିଛି। ଜିଲ୍ଲାପାଳଙ୍କ ଗସ୍ତର ଠିକ୍‌‌ ୭ଦିନ ମଧ୍ୟରେ ଏଠାରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ବର୍ତମାନ ଗସ୍ତର ୧୮ଦିନ ପରେ ଘାଟି ପାହାଡ଼ ଉପରେ ଥିବା କାଚପାଜୁ ଏବଂ ବାଙ୍କପାଜୁରେ ଦୁଇଟି ସୋଲାର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯାଇଛି। ସ୍ୱାଧୀନତାର ବହୁବର୍ଷରେ ବି ରାସ୍ତାଘାଟ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ କଣ୍ଡରା, କାଚପାଜୁ, ବାଙ୍କପାଜୁ, ସାରୁପଦର, ସୁଲକେଟି ଭଳି ୫ଟି ଦୁର୍ଗମ ଗ୍ରାମର ଅଧିବାସୀ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ବର୍ଜ୍ଜନ କରିଥିଲେ। ଦୁର୍ଗମ ଅଧିବାସୀଙ୍କ କଥା ଶୁଣି ନିଜେ ଜିଲାପାଳ କଣ୍ଡରା, କାଚପାଜୁକୁ ଗତ ୨୪ ମେ’ରେ ପରିଦର୍ଶନ କରିଥିଲେ। ଦୁର୍ଗମ ଅଧିବାସୀଙ୍କ ରାସ୍ତା, ପାନୀୟଜଳ, ବିଏସଏନଏଲ ଟାୱାର ଆଦି ମୁଖ୍ୟ ସମସ୍ୟା ଦିଗରେ ଗାଁ ଲୋକଙ୍କ ସହିତ ଆଲୋଚନା ପରେ ଗୋଟିଏ ପରେ ଗୋଟିଏ ସମସ୍ୟା ଦୂର ଦିଗରେ ଜିଲ୍ଲାପାଳଙ୍କ କାର୍ଯ୍ୟପନ୍ଥା ଦୁର୍ଗମ ଅଧିବାସୀଙ୍କ ମନରେ ଅନେକ ଆଶା ସଂଚାର କରିଛି। ଯାହା ହୋଇପାରି ନ ଥିଲା ୭୫ବର୍ଷ ଭିତରେ ତାହା ଗୋଟିଏ ମାସ ମଧ୍ୟରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ଚାଲୁରହିବା ଜିଲାପାଳଙ୍କ ସେବା ମନୋଭାବକୁ ଦର୍ଶାଉଛି। ତୁରନ୍ତ ସେମାନଙ୍କ ମୁଖ୍ୟ ସମସ୍ୟା ରାସ୍ତା ମଧ୍ୟ ଶୀଘ୍ର ନିର୍ମାଣ ହେବ ବୋଲି ଦୁର୍ଗମ ଅଧିବାସୀଙ୍କର ଜିଲ୍ଲାପାଳଙ୍କ ଉପରେ ଆଶାବିଶ୍ୱାସ ରହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories