ହରଭଙ୍ଗା: ହରଭଙ୍ଗା ବ୍ଲକର ଜନସାଧାରଣଙ୍କ ପିଇବାପାଣି ସମସ୍ୟା ଦୂରପାଇଁ ଏଲଆଣ୍ଡଟି କମ୍ପାନୀ ପକ୍ଷରୁ ବୃହତ ଜଳ ଯୋଗାଣ ପ୍ରକଳ୍ପକାର୍ଯ୍ୟ ନିର୍ମାଣାଧିନ ରହିଛି। ତିଲେଶ୍ୱର ଅଂଚଳରେ କମ୍ପାନୀ ପକ୍ଷରୁ ପାଇପ୍ ଲାଇନ କାର୍ଯ୍ୟ ଜାରି ରହିଛି। ମାତ୍ର ଲୁହା ପାଇପ୍ଗୁଡ଼ିକୁ ଗାଡ଼ିରେ ବୋଝେଇ କରି ନେବା ପରିବର୍ତ୍ତେ କମ୍ପାନୀ ମନଇଛା ଜେସିବି ବକେଟରେ ବାନ୍ଧି ରାସ୍ତାରେ ଘୋଷାଡି ଘୋଷାଡି ନେଉଥିବାରୁ ପୂର୍ତବିଭାଗର ପକ୍କାରସ୍ତା ନଷ୍ଟ ହେବାକୁ ବସିଛି। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଏ ଦିଗରେ ପୂର୍ତବିଭାଗ ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି।



