ହରଭଙ୍ଗା: ହରଭଙ୍ଗା ତହସିଲ ଅର୍ନ୍ତଗତ ବାଈଶିପଡା ନିକଟରେ ବେନିୟମ ବାଲି ଗଦା ଉପରେ ବୌଦ୍ଧ ଉପଜିଲାପାଳ ସନତ କୁମାର ନାଏକ, ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର, ଅତିରିକ୍ତ ତହସିଲଦାର ହରିଓମ ଭୋଇ ପ୍ରମୁଖ ସଦଳବଳେ ଚଢାଉ କରିଥିଲେ। ଏହି ଅବସରରେ ବେନିୟମ ଭାବେ ବାଲିଗଦା କରିଥିବା ଶରତ ବେହେରାଙ୍କ ଠାରୁ ଏକ ଲକ୍ଷ ଟଙ୍କା ଜୋରିମାନା ଆଦାୟ ପାଇଁ ଉପଜିଲାପାଳ ହରଭଙ୍ଗା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସୂଚନା ଥାଉ କି ମହାନଦୀରୁ ସୁରୁଣ୍ଡି ଘାଟରୁ ବାଲି ଚୋରା ଚାଲାଣ କରାଯାଇ ଏଠାରେ ବେଆଇନଭାବେ ଡମ୍ପିଂ ଚାଲିଥିବା ଖବର ପାଇ ପ୍ରଶାସନିକ ଅଧିକାରୀମାନେ ଚଢାଉ କରିଥିଲେ।
ବେନିୟମ ବାଲି ଗଦା ଉପରେ ଚଢଉ, ଏକ ଲକ୍ଷଟଙ୍କା ଜୋରିମାନା
Popular Categories



