www.samajalive.in
Saturday, December 6, 2025
16.1 C
Bhubaneswar

ଆଡେଣିଗଡ ଓ ଚାରିଛକରେ ବିଏସ୍‌ଏନ୍‌ଏଲ୍‌ ସେବା ବିପର୍ଯ୍ୟସ୍ତ: ବିଦ୍ୟୁତ୍ କଟିଲେ ନେଟ୍‌ୱାର୍କ ଫେଲ, ଉପଭୋକ୍ତା ମହଲରେ ଅସନ୍ତୋଷ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ ଏବଂ ଆଦିବାସୀ ବହୁଳ ପଂଚାୟତ ଆଡେଣିଗଡରେ ଦୀର୍ଘଦିନହେଲା ବିଏସ୍‌ଏନ୍‌ଏଲ୍‌ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ବିଦ୍ୟୁତ୍ କଟିଲେ ନେଟଓାର୍କ କଟିଯାଉଥିବାରୁ ଉପଭୋକ୍ତା ମହଲରେ ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ଯେ ବ୍ଲକର ଚାରିଛକ ଏବଂ ଆଡେଣିଗଡ ବିଏସ୍‌ଏନ୍‌ଏଲ୍‌ ଟାୱାର ଅଧିନରେ ପାଖାପାଖି ୧୦ହଜାର ଉପଭୋକ୍ତା ରହିଛନ୍ତି।ଆଡେଣିଗଡରେ ବିଏସ୍‌ଏନ୍‌ଏଲ୍‌ର ଏକମାତ୍ର ମୋବାଇଲ ସେବା ରହିଥିବାରୁ ଏହା ଉପରେ ପାଖାପାଖି ୪ହଜାର ଉପଭୋକ୍ତା ନିର୍ଭର କରୁଛନ୍ତି।

ମାତ୍ର ଦୀର୍ଘ ଦିନଧରି ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଉପଭୋକ୍ତାଙ୍କ ମହଲରୁ ବାରମ୍ବାର ବିଭାଗୀୟ ଉଚ୍ଚକତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ପରେ ବି ସମସ୍ୟାର ସମାଧାନ ନାଁ ଧରୁନାହିଁ। ଯାହାଫଲରେ ଅସନ୍ତୋଷ ଉପଭୋକ୍ତା ଆଡେଣିଗଡରେ କିଛି ମାସ ତଳେ ଜଣେ ବିଭାଗୀୟ ଅଧିକାରୀଙ୍କୁ ଘେରିବା ସହିତ ସମସ୍ୟା ସମାଧାନ ଦାବୀକରିଥିଲେ। ମାତ୍ର ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଇ ଅଧିକାରୀ ଖସିଯିବା ପରେ ଅବସ୍ଥା ଦୀର୍ଘ ୧ବର୍ଷ ହେଲା ଯଥା ପୂର୍ବ ତଥା ପରଂ ସ୍ଥିତିରେ ରହିଛି। ଫଲରେ କରୋନା ସମୟରେ ଅନଲାଇନ ଶିକ୍ଷାଦାନରୁ ଦୁର୍ଗମ ପଞ୍ଚାୟତର ପାଠପଢୁଆ ପିଲା ବଞ୍ଚିତ ହେଉଛନ୍ତି। ଏହା ସହିତ ଆଡେଣିଗଡରେ ଏକ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର, ଫାଣ୍ଡି, ଆର୍‌ଆଇ ଅଫିସ ଭଳି ସରକାରୀ ଦପ୍ତର ରହିଥିଲେ ମଧ୍ୟ ବିଏସ୍‌ଏନ୍‌ଏଲ୍‌ ସେବା ବିପର୍ଯ୍ୟସ୍ତ ଯୋଗୁଁ ସମସ୍ତେ ଅସୁବିଧା ଭୋଗୁଛନ୍ତି। ସେହିପରି ବ୍ଲକ ସଦରମହକୁମା ଚାରିଛକରେ ଏକମାତ୍ର ବି.ଏସ.ଏନ.ଏଲ ମୋବାଇଲ ଟାଓାର ରହିଛି। ଏହି ମୋବାଇଲ ଟାଓାର ଅଧିନରେ ପାଖାପାଖି ୫ହଜାର ଉପଭୋକ୍ତା ନିର୍ଭର କରନ୍ତି।ଏଠାରେ ବି ସମାନ ଅବସ୍ଥା ଯୋଗୁଁ ବ୍ଲକ ସଦରମହକୁମାରେ ଥିବା ବ୍ଲକ କାର୍ଯ୍ୟାଳୟ,ତହସିଲ କାର୍ଯ୍ୟାଳୟ, ଥାନା, ବ୍ୟାଙ୍କ, ଦମକଳ କେନ୍ଦ୍ର, କେନ୍ଦୁପତ୍ର ରେଞ୍ଜ ଅଫିସ, ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ,ଭଳି ଅନେକ ଗୁରତ୍ୱପୂର୍ଣ୍ଣ ଅଫିସ ରହିଛି। ବିଏସ୍‌ଏନ୍‌ଏଲ ମୋବାଇଲ ନେଟ୍‌ୱାର୍କ ରହୁନଥିବାରୁ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ଅନେକ ସମସ୍ୟା ଭୋଗୁଛନ୍ତି। ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେବାକୁ ଉପଭୋକ୍ତା ମହଲରୁ ଦାବୀ ହେଉଛି।

- Advertisement -

ଏ ସଂର୍ପକରେ ଫୁଲବାଣୀ ଟେଲିକମ ଟିଡିଇ ମନୋଜ କୁମାର ପଟ୍ଟନାୟକଙ୍କ ଦୃଷ୍ଟିଆକର୍ଷଣ କରିବାରୁ ସେ କହିଥିଲେ ଯେ ଆଡେଣିଗଡ ସମସ୍ୟା ପ୍ରତି ମୁଁ ଅବଗତ ଅଛି। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories