www.samajalive.in
Saturday, December 6, 2025
23.1 C
Bhubaneswar

ଫାରୁକ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ: ଚୀନ ସହାୟତାରେ କାଶ୍ମୀରରେ କାର୍ଯ୍ୟକାରୀ ହେବ ଧାରା ୩୭୦

ଜାମ୍ମୁ: ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ରବିବାର ଦେଇଥିବା ବିବାଦୀୟ ବିବୃତି ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ଦେଶର ବିଭିନ୍ନ ଅଞ୍ଚଳରେ ତାଙ୍କ ମନ୍ତବ୍ୟକୁ ବିରୋଧ କରାଯିବା ଆରମ୍ଭ ହୋଇଛି । ଚୀନ ସମର୍ଥନରେ  ଜାମ୍ମୁ କାଶ୍ମୀରରେ ଧାରା ୩୭୦ ପୁଣି କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ଅବଦୁଲ୍ଲା ମନ୍ତବ୍ୟ ଦେଇଛନ୍ତି ।

ପୂର୍ବରୁ ଜାମ୍ମୁକାଶ୍ମୀରରେ ଧାରା ୩୭୦ର ପୁନଃବାହାଲ ନିମନ୍ତେ ଫାରୁକ୍ ବିଭିନ୍ନ ସମୟରେ ଦାବି କରି ଆସୁଥିଲେ । ଗତ ସଂସଦ ଅଧିବେଶନ ସମୟରେ ମଧ୍ୟ ସେ ଅନୁରୂପ ଦାବି କରିଥିଲେ । ମାତ୍ର ଏଥର ଚୀନ ସମର୍ଥନରେ ଧାରା ୩୭୦ ପୁନଃ କାର୍ଯ୍ୟକାରୀ ହେବା କହିବା ବିବାଦ ସୃଷ୍ଟି କରିଛି । ଏକ ୱେବସାଇଟକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ  କାଶ୍ମୀରର ଲୋକମାନେ ନିଜକୁ ଭାରତୀୟ ଭାବନ୍ତି ନାହିଁ କିମ୍ବା ସେମାନେ ଭାରତୀୟ ହେବାକୁ ଚାହାଁନ୍ତି ନାହିଁ। ଏହା ବଦଳରେ ସେମାନେ ଚାହୁଁଛନ୍ତି ଯେ ଚୀନ୍ ସେମାନଙ୍କୁ ଶାସନ କରୁ ବୋଲି ସେମାନେ ଚାହୁଁଛନ୍ତି ବୋଲି ଫାରୁକ୍ କହିଛନ୍ତି । 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories