ହରଭଙ୍ଗା: ହରଭଙ୍ଗା ତାହାସିଲ ଅନ୍ତର୍ଗତ ଗୁଣ୍ଡୁରୀବିଡା ଗ୍ରାମରେ ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ପ୍ରଶାସନ, ରେଲେଓ୍ବ ଅଧିକାରୀ ଏବଂ ଜମି ଅଧିଗହଣ ଜୋନାଲ ଅଧିକାରୀ, ପୁଲିସ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଛି । ସୂଚନା ଅନୁସାରେ ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ଗୁଣ୍ଡୁରୀ ବିଡା ଗ୍ରାମରେ ଜମି ଅଧିଗ୍ରହଣ କରାଯାଇଥିଲା। ଜମି ଅଧିଗ୍ରହଣ ବାବଦ ଅର୍ଥ ସମ୍ପୂକ୍ତ ଜମି ମାଲିକଙ୍କୁ ପ୍ରଦାନ ପରେ ବି ଅଧିଗ୍ରହଣ ଜମିକୁ ସେମାନେ ଛାଡୁନଥିଲେ। ଯାହାଫଳରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ବାଧକ ସୃଷ୍ଟି ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ଉପଜିଲ୍ଲାପାଳ ପ୍ରବୀଣ ବଣୁଆଙ୍କ ଉପସ୍ଥିତରେ ଜବରଦଖଲ ଉଚ୍ଛେଦ କାର୍ୟ୍ୟ କରାଯାଇ ରେଳପଥ ନିର୍ମାଣ ପାଇଁ ଅଧିଗ୍ରହଣ ଜମିରେ ଥିବା ୨୭ଗୋଟି ଘରକୁ ଜେସିବି ଲଗାଇ ଭାଙ୍ଗାଯାଇଛି। ଉଚ୍ଛେଦ ସମୟରେ ଉପଜିଲ୍ଲାପାଙ୍କ ସହିତ ହରଭଙ୍ଗା ତହସିଲଦାର ବଳଦେବ ବେହେରା, ପୁରୁଣାକଟକ ଆଇ. ଆଇ. ସି ଅରୁଣ କୁମାର ସିଂ, ତହସିଲ ସୁପରଫାଇଜର ଜ୍ୱଳନ୍ତ ନାଏକ,ରେଲେଓ ବିଭାଗ ଅଧିକାରୀ,ଜମି ଅଧିଗ୍ରହଣ ଜୋନାଲ ଅଫିସରଙ୍କ ସହିତ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ ।
Popular Categories



