www.samajalive.in
Saturday, December 6, 2025
19.1 C
Bhubaneswar

ନାମକୁ ମାତ୍ର ପ୍ରକଳ୍ପ: ଚାଷ ଜମିରେ ମାଡିପାରୁନି ପାଣି, ଦାଦନ ମୁହାଁ ଲୋକେ

ହରଭଙ୍ଗା: ଚାଷ ଜମିରେ ଜଳସେଚନର ସୁବିଧା ଲାଗି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ପ୍ରକଳ୍ପ। ମାତ୍ର ପ୍ରକଳ୍ପ ନିର୍ମାଣ ପରେ ବି ଏହା ଲୋକଙ୍କ କାମରେ ଆସୁନି।ଯାହାଫଳରେ ଚାଷ ଜମିରେ ପାଣି ମାଡିପାରୁନାହିଁ। ଚାଷ ଜମିରେ ପାଣି ଅଭାବରୁ ଧାନଚାଷ ଉଜୁଡି ଯାଉଛି । ଫଳରେ ଲୋକେ ଚାଷ କାର୍ଯ୍ୟରୁ ମୁହଁ ଫେରାଇବାକୁ ବାଧ୍ୟ ହେଉଛନ୍ତି। ଶେଷରେ ଅନ୍ୟ ଉପାୟ ନପାଇ ଗାଁ ଲୋକେ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି। ଏଭଳି କିଛି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ  ଗୋଛାସାହି ଗାଁରେ। ଗୋଛାସାହି ଗାଁରେ ଥିବା ୮୫ଟି ପରିବାରରେ ପାଖାପାଖି ୩୦୦ରୁ ଅଧିକ ଲୋକ ବସବାସ କରନ୍ତି। ଗାଁ ଲୋକଙ୍କ ମୁଖ୍ୟ ଜୀବିକା ଚାଷବାସ। ଚାଷ ବାସ କରି ଲୋକେ ବର୍ଷସାରା ଗୁଜରାଣ ମେଣ୍ଟାନ୍ତି। ଦିନକୁ ଦିନ ନିଅଣ୍ଟିଆ ବର୍ଷା ସାଙ୍ଗକୁ ଧାନର ପ୍ରକୃଷ୍ଟ ସମୟରେ ପାଣିର ଅଭାବ ଯୋଗୁଁ ଚାଷ ଉଜୁଡିଯାଉଛି। ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ମୃର୍ତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଏକ ଚେକ ଡ୍ୟାମ ନିର୍ମାଣ ହୋଇଥିଲେ ମଧ୍ୟ ଏହି ପ୍ରକଳ୍ପରୁ ଚାଷ ଜମିରେ ପାଣି ମାଡିବା ବ୍ୟତିକ୍ରମ ଦେଖାଦେଲା।ବର୍ତ୍ତମାନ୍ ମୁଣ୍ଡାଘାଇ ଚେକ ଡ୍ୟାମ ନିର୍ମାଣାଧିନ ରହିଥିଲେ ସୁଦ୍ଧା ଗାଁ ଲୋକଙ୍କ ବିନା ମତାମତରେ ଡ୍ୟାମ ନିର୍ମାଣ ଯୋଗୁଁ ଚାଷ ଜମିରେ ପାଣି ମାଡିବା ଆଶଙ୍କା ପ୍ରକାଶ ପାଇଛି।ଯାହାଫଳରେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିବା ସାରହେବ ବୋଲି ଗାଁଲୋକେ ଅଭିଯୋଗ ଉଠାଇଛନ୍ତି। ଏଣୁ ଲୋକଙ୍କ ସହମତି ଅନୁସାରେ ଚେକ ଡ୍ୟାମ ନିର୍ମାଣ କରିବାକୁ ଦାବି ହୋଇଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories