www.samajalive.in
Friday, December 5, 2025
20.1 C
Bhubaneswar

ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କଲେ ହରଭଙ୍ଗା ତହସିଲଦାର

ହରଭଙ୍ଗା : ହରଭଙ୍ଗା ତହସିଲଦାର ହରିଓମ ଭୋଇ ବୁଧୁବାର ବ୍ଲକର ବିଭିନ୍ନ ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିଥିବା ଜଣାପଡିଛି। ପ୍ରଥମେ ଧଳପୁର ଆର.ଆଇ ସର୍କଲର ବିଭିନ୍ନ ବନ୍ୟା କ୍ଷିତିଗ୍ରସ୍ତ ଗାଁ ପରିଦର୍ଶନ କରିଥିଲେ। ଏହା ପରେ କେତେଗୁଡିଏ ଗାଁକୁ ଯାଇ ବର୍ଷାରେ ଭାଙ୍ଗିଥିବା ମାଟିଘର କ୍ଷୟକ୍ଷତି ଆକଳନ ପାଇଁ  ଆର.ଆଇ ମାନଙ୍କ ସହ ଅନେକ ଗାଁ ପରିଦର୍ଶନ କରିଥିବା ଜଣାପଡିଛି। ଚଳିତ ମହାନଦୀ ବନ୍ୟାରେ ହରଭଙ୍ଗା ତହସିଲର ହରଭଙ୍ଗା, ଧଳପୁର, ବୀରନରସିଂହପୁର ଏବଂ ସରସରା ଭଳି ୪ଟି ରାଜସ୍ୱ ମଣ୍ଡଳର ୫୫ରୁ ଉଦ୍ଧ୍ୱର୍ ଗାଁ ଲୋକଙ୍କ ଧାନ ଫସଲ ବନ୍ୟା ପାଣିରେ ନଷ୍ଟ ହୋଇଥିବା ଆକଳନ କରାଯାଇଛି। ବିଶେଷକରି ହରଭଙ୍ଗା, କୁଶଙ୍ଗ, ସଙ୍କୁଲେଇ, ଧଳପୁର, ରାମଗଡ, ସାମ୍ପୋଚ, ବୀରନରସିଂହପୁର, ସରସରା, ମଥୁରା ଭଳି ପଂଚାୟତର ଶତାଧିକ ଗ୍ରାମର ୮ଶହ ହେକ୍ଟର ଧାନ ଚାଷ ବନ୍ୟାରେ ନଷ୍ଟ ହୋଇଥିବା ତହସିଲଦାର ଶ୍ରୀ ଭୋଇ ସୂଚନା ଦେଇଛନ୍ତି। ଅନ୍ୟପଟେ ପାଖାପାଖି ୬ଶହ କଚା ଘର ବର୍ଷାରେ ଭାଙ୍ଗିଥିବା ମଧ୍ୟ ଆକଳନ କରାଯାଇଛି। କ୍ଷତିଗ୍ରସ୍ତ ଅଂଚଳରେ ଆର.ଆଇ ମାନେ ପଂହଚି ଆକଳନ ଚଲାଇଥିବା ତହସିଲଦାର ସୂଚନା ଦେଇଛନ୍ତି। ତୁରନ୍ତ କ୍ଷୟକ୍ଷତି ଆକଳନ ପରେ କ୍ଷତିଗ୍ରସ୍ତ ଲୋକଙ୍କୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories