www.samajalive.in
Saturday, December 6, 2025
15.1 C
Bhubaneswar

କରୋନା ଯୋଗୁ ପହଞ୍ଚିପାରିଲେନି ପରିବାର ଲୋକ; ପୁଅଙ୍କ ସହ ମିଶି ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର: ବଲାଙ୍ଗିର ସହରର ଶାସ୍ତ୍ରୀନଗରର ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ କରୋନା କଟକଣା ଯୋଗୁ କେହି ସଂପର୍କୀୟ ଆସିପାରିନଥିବାରୁ ପୁଅ ଚିନ୍ତାରେ ରହିଥିଲେ। ତେବେ ଯୁବକଙ୍କୁ ସହଯୋଗର ହାତ ବଢାଇଥିଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ। ଶବକୁ ସମ୍ମାନ ଜଣାଇବା ସହ ସତ୍କାର କରିବା ପାଇଁ ପିପିଇ କିଟ ପିନ୍ଧି ବାହାରି ପଡ଼ିଥିଲେ ସଙ୍ଗଠନର କର୍ମକର୍ତ୍ତା ମାନେ।

ସୂଚନା ଅନୁସାରେ, ବଲାଙ୍ଗିର ଶାସ୍ତ୍ରୀନଗରର ସଂଗ୍ରାମ ମହାରଣା ନିଜ ବୃଦ୍ଧ ବାପା ମୃତ୍ୟୁଞ୍ଜୟ ମହାରଣା ଓ ସ୍ତ୍ରୀଙ୍କ ସହ ରହୁଥିଲେ। ବୁଧବାର ତାଙ୍କ ବାପା ମୃତ୍ୟୁଞ୍ଜୟଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ପରିବାରର ଅନ୍ୟ ସଦସ୍ୟ ମାନେ ବାହାରେ ରହୁଥିବାରୁ ଶବ ସତ୍କାର କରିବା ତାଙ୍କ ପାଇଁ ଚିନ୍ତାର ବିଷୟ ହୋଇଥିଲା। କରୋନା କଟକଣା ଓ ଭୟ ଯୋଗୁ ଅନ୍ୟ ସଂପର୍କୀୟ ମାନେ ମଧ୍ୟ ଆସିପାରି ନ ଥିଲେ। ଫଳରେ ସେ ନିରୁପାୟ ହୋଇ ଶେଷରେ ବଲାଙ୍ଗିର ବିଙ୍ଗହ୍ୟୁମାନ ଫାଉଣ୍ଡେସନର କର୍ମକର୍ତ୍ତା ମାନଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇବା ପରେ ଫାଉଣ୍ଡେସନର ସଭାପତି ସୋମନାଥ ମିଶ୍ରଙ୍କ ନେତୃତ୍ୱରେ ତାପସ ରଞ୍ଜନ ମହାନ୍ତି, ରୋଶନ ସୁନା , ବୀରେନ୍ଦ୍ର ସାହୁ, କନ୍ଦର୍ପ ରଣା, ବ୍ରଜଗୋପାଳ ସିଂ, ମଣ୍ଟୁ କୁମ୍ଭାର, ଶୁଭ୍ରାନ୍ତ ନନ୍ଦ ପ୍ରମୁଖ ତାଙ୍କ ଘରେ ପହଞ୍ଚିଥିଲେ। ପରେ ପିପିଇ କିଟ ପିନ୍ଧି ମରଶରୀରକୁ ନିକଟସ୍ଥ ମଶାଣୀକୁ ନେଇ ସତ୍କାର କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories