www.samajalive.in
Friday, December 5, 2025
20.1 C
Bhubaneswar

ରିଲିଫ୍‍ ଦାବିରେ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ପିପିଲି : ପିପିଲି ବ୍ଲକ ହାଟସାହି ପଞ୍ଚାୟତ ଅନ୍ତର୍ଗତ ଭୋଇଗୁଣ ଗ୍ରାମର ବନ୍ୟା ବିପନ୍ନଙ୍କୁ ରିଲିଫ୍‍ ପ୍ରଦାନରେ ପାତରଅନ୍ତର କରାଯାଇଥିବା ଅଭିଯୋଗ କରି ଆଜି ବିପନ୍ନମାନେ ପିପିଲି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨ଘଣ୍ଟା କାଳ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସୂଚନା ଅନୁଯାୟୀ, ଭୋଇଗୁଣ ୱାର୍ଡନଂ-୦୬ରେ ବନ୍ୟା ରିଲିଫ୍‍ ପ୍ରଦାନରେ ପାତରଅନ୍ତର ନିତି ଅବଲମ୍ବନ କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଗ୍ରାମର ହାତଗଣତି କେତେକ ପରିବାରକୁ ରିଲିଫ୍‍ ପ୍ରଦାନ କରାଯାଇଥିବା ବେଳେ ୭୦ ପରିବାର ରିଲିପ୍‍ ପାଇବାରୁ ବଞ୍ଚିତ ହେବାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ନିରୁପମା ପାତ୍ର, ନିରୁପମା ବେହେରା, ଦୁଲା ପ୍ରଧାନ, ମୈତ୍ରୀମୟୀ ପଣ୍ଡା, ପ୍ରଭାକର ବେହେରା, ଶକୁନ୍ତଳା ପଣ୍ଡା, ରୀନା ବାରିକ, ମିନତୀ ବାରିକ ପ୍ରମୁଖଙ୍କ ନେତୃତ୍ୱରେ ଆଜି ରିଲିଫ୍‍ରୁ ବଞ୍ôଚତ ହୋଇଥିବା ବନ୍ୟା ବିପନ୍ନମାନେ ପିପିଲି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରିଲିଫ୍‍ ପ୍ରଦାନ ଦାବିରେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତହସିଲଦାର ସପନ କୁମାର ନନ୍ଦ ସେଠାରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଠାରୁ ଦାବିପତ୍ର ଗ୍ରହଣ କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଉକ୍ତ ଦାବିପତ୍ରକୁ ବିଡିଓଙ୍କ ପାଖକୁ ପଠାଇ ଘଟଣାର ଉପଯୁକ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ତହସିଲଦାର ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories