www.samajalive.in
Wednesday, December 10, 2025
16.1 C
Bhubaneswar

ଅଗଷ୍ଟ ୯ରୁ ୧୫ – ପାଳିତ ହେବ ‘ହର ଘର ତିରଙ୍ଗା’ ଅଭିଯାନ

ଡେସ୍କ: ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ‘‘ହର ଘର ତିରଙ୍ଗା’’ ଅଭିଯାନର ତୃତୀୟ ସଂସ୍କରଣ ଚଳିତ ଅଗଷ୍ଟ ମାସ ୯ରୁ ୧୫ ପର୍ଯ୍ୟନ୍ତ ପାଳନ କରାଯିବ ବୋଲି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଆଜି ଘୋଷଣା କରିଛନ୍ତି। ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଭାରତୀୟଙ୍କୁ ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ ପାଇଁ ଉତ୍ସାହିତ କରି ନାଗରିକମାନଙ୍କ ମଧ୍ୟରେ ଦେଶପ୍ରେମ ଏବଂ ଜାତୀୟ ଗୌରବର ଭାବନା ଜାଗ୍ରତ କରିବା ଏହି ପଦକ୍ଷେପର ଲକ୍ଷ୍ୟ। ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରି ପତାକା ସହ ସେଲ୍ଫି ଉଠାଇ ଏହାକୁ harghartiranga.com ରେ ଅପଲୋଡ୍ କରିବାକୁ କେନ୍ଦ୍ର ମନ୍ତ୍ରୀ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ ୨୦୨୨ ମସିହାରେ ଆଜାଦୀ କା ଅମୃତ ମହୋତ୍ସବ ଅଧୀନରେ ଆରମ୍ଭ ହୋଇଥିବା ‘‘ହର ଘର ତିରଙ୍ଗା’’ ଅଭିଯାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି, ଯାହାକୁ ସାରା ଦେଶରେ ସମାଜର ବିଭିନ୍ନ ବର୍ଗ ଗ୍ରହଣ କରିଛନ୍ତି । ୨୦୨୨ରେ ୨୩ କୋଟିରୁ ଅଧିକ ଘରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ଏବଂ ୬ କୋଟି ଲୋକ ପତାକା ସହ ସେଲ୍ଫି ଉଠାଇ harghartiranga.com ଅପଲୋଡ୍ କରିଥିଲେ। ୨୦୨୩ରେ ହର ଘର ତିରଙ୍ଗା ଅଭିଯାନ ଅଧୀନରେ ୧୦ କୋଟିରୁ ଅଧିକ ସେଲ୍ଫି ଅପଲୋଡ୍ କରାଯାଇଥିଲା।

- Advertisement -

ଏହି ଅଭିଯାନର ସଫଳତାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସକ୍ରିୟ ଭାବରେ ଏହି ଉତ୍ସବରେ ଅଂଶଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରମୁଖ ଉଦ୍ୟୋଗ ଭାଗୀଦାର, ଇ-କମର୍ସ ପ୍ଲାଟଫର୍ମ, ରେଳବାଇ, ବେସାମରିକ ବିମାନ ଚଳାଚଳ କ୍ଷେତ୍ର, ଭାରତୀୟ ସଶସ୍ତ୍ର ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ମଧ୍ୟ ସୂଚନା ପ୍ରସାରଣ କରିବା ଏବଂ ଅଭିଯାନକୁ ପ୍ରୋତ୍ସାହିତ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି। ସମଗ୍ର ଦେଶରେ ସ୍ୱୟଂ ସହାୟକ ଗୋଷ୍ଠୀମାନେ ବ୍ୟାପକ ପତାକା ଉତ୍ପାଦନ ଏବଂ ଯୋଗାଣ ପାଇଁ ସକ୍ରିୟ ଭାବରେ ଯୋଗଦାନ କରୁଛନ୍ତି। ଏହି ସହଯୋଗୀ ପ୍ରୟାସ ମାଧ୍ୟମରେ ଜାତୀୟ ପତାକାକୁ ସମ୍ମାନିତ କରିବାର ସ୍ୱପ୍ନକୁ ଭାରତବାସୀ ସାକାର କରୁଛନ୍ତି। ଏହା ଦେଶବାସୀଙ୍କ ପାଇଁ ଆଉ ଏକ ଐତିହାସିକ ଉତ୍ସବରେ ପରିଣତ ହୋଇଛି ବୋଲି ସେ କହିଛନ୍ତି।

ହର ଘର ତିରଙ୍ଗା ଉତ୍ସବର ଏକ ଅଂଶ ଭାବରେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ସେଗୁଡ଼ିକ ମଧ୍ୟରେ ରହିଛି:

● ତ୍ରିରଙ୍ଗା ଦୌଡ଼ : ଦେଶପ୍ରେମକୁ ପ୍ରୋତ୍ସାହିତ କରିବା ପାଇଁ ଦେଶର ବିଭିନ୍ନ ସହରରେ ଆୟୋଜିତ ହେବ ତ୍ରିରଙ୍ଗା ଦୌଡ଼।
● ତିରଙ୍ଗା କନସର୍ଟ: ଆମ ଜାତୀୟ ଐତିହ୍ୟକୁ ପାଳନ କରିବା ପାଇଁ ଦେଶାତ୍ମବୋଧକ ଗୀତ କୁ ନେଇ ସଙ୍ଗୀତ କାର୍ଯ୍ୟକ୍ରମ ।
● ପଥପ୍ରାନ୍ତ ନାଟକ : ଏକତା ଏବଂ ଦେଶପ୍ରେମର ବାର୍ତ୍ତା ପ୍ରଚାର କରିବା ପାଇଁ ସ୍ଥାନୀୟ ନାଟକ ପ୍ରଦର୍ଶନ।
● ଚିତ୍ରାଙ୍କନ ପ୍ରତିଯୋଗିତା: ଦେଶ ପ୍ରତି ଭଲ ପାଇବାର କଳାତ୍ମକ ଅଭିବ୍ୟକ୍ତିରେ ଯୁବବର୍ଗ ଓ ଛୋଟ ପିଲାମାନଙ୍କୁ ଆକର୍ଷିତ କରିବା।
● ତିରଙ୍ଗାର ବିକାଶ ଉପରେ ପ୍ରଦର୍ଶନୀ: ଜାତୀୟ ପତାକାର ଇତିହାସ ଏବଂ ମହତ୍ତ୍ୱକୁ ପ୍ରଦର୍ଶିତ କରିବା ।
● ଫ୍ଲାସ୍ ମୋବ୍ସ: ସର୍ବସାଧାରଣ ସ୍ଥାନରେ ଜାତୀୟ ଗୌରବର ଉତ୍ସାହଜନକ ପ୍ରଦର୍ଶନ।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories