www.samajalive.in
Sunday, December 7, 2025
23.1 C
Bhubaneswar

ଅଗଷ୍ଟ ୯ରୁ ୧୫ – ପାଳିତ ହେବ ‘ହର ଘର ତିରଙ୍ଗା’ ଅଭିଯାନ

ଡେସ୍କ: ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ‘‘ହର ଘର ତିରଙ୍ଗା’’ ଅଭିଯାନର ତୃତୀୟ ସଂସ୍କରଣ ଚଳିତ ଅଗଷ୍ଟ ମାସ ୯ରୁ ୧୫ ପର୍ଯ୍ୟନ୍ତ ପାଳନ କରାଯିବ ବୋଲି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଆଜି ଘୋଷଣା କରିଛନ୍ତି। ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଭାରତୀୟଙ୍କୁ ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ ପାଇଁ ଉତ୍ସାହିତ କରି ନାଗରିକମାନଙ୍କ ମଧ୍ୟରେ ଦେଶପ୍ରେମ ଏବଂ ଜାତୀୟ ଗୌରବର ଭାବନା ଜାଗ୍ରତ କରିବା ଏହି ପଦକ୍ଷେପର ଲକ୍ଷ୍ୟ। ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରି ପତାକା ସହ ସେଲ୍ଫି ଉଠାଇ ଏହାକୁ harghartiranga.com ରେ ଅପଲୋଡ୍ କରିବାକୁ କେନ୍ଦ୍ର ମନ୍ତ୍ରୀ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ ୨୦୨୨ ମସିହାରେ ଆଜାଦୀ କା ଅମୃତ ମହୋତ୍ସବ ଅଧୀନରେ ଆରମ୍ଭ ହୋଇଥିବା ‘‘ହର ଘର ତିରଙ୍ଗା’’ ଅଭିଯାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି, ଯାହାକୁ ସାରା ଦେଶରେ ସମାଜର ବିଭିନ୍ନ ବର୍ଗ ଗ୍ରହଣ କରିଛନ୍ତି । ୨୦୨୨ରେ ୨୩ କୋଟିରୁ ଅଧିକ ଘରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ଏବଂ ୬ କୋଟି ଲୋକ ପତାକା ସହ ସେଲ୍ଫି ଉଠାଇ harghartiranga.com ଅପଲୋଡ୍ କରିଥିଲେ। ୨୦୨୩ରେ ହର ଘର ତିରଙ୍ଗା ଅଭିଯାନ ଅଧୀନରେ ୧୦ କୋଟିରୁ ଅଧିକ ସେଲ୍ଫି ଅପଲୋଡ୍ କରାଯାଇଥିଲା।

- Advertisement -

ଏହି ଅଭିଯାନର ସଫଳତାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସକ୍ରିୟ ଭାବରେ ଏହି ଉତ୍ସବରେ ଅଂଶଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରମୁଖ ଉଦ୍ୟୋଗ ଭାଗୀଦାର, ଇ-କମର୍ସ ପ୍ଲାଟଫର୍ମ, ରେଳବାଇ, ବେସାମରିକ ବିମାନ ଚଳାଚଳ କ୍ଷେତ୍ର, ଭାରତୀୟ ସଶସ୍ତ୍ର ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ମଧ୍ୟ ସୂଚନା ପ୍ରସାରଣ କରିବା ଏବଂ ଅଭିଯାନକୁ ପ୍ରୋତ୍ସାହିତ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି। ସମଗ୍ର ଦେଶରେ ସ୍ୱୟଂ ସହାୟକ ଗୋଷ୍ଠୀମାନେ ବ୍ୟାପକ ପତାକା ଉତ୍ପାଦନ ଏବଂ ଯୋଗାଣ ପାଇଁ ସକ୍ରିୟ ଭାବରେ ଯୋଗଦାନ କରୁଛନ୍ତି। ଏହି ସହଯୋଗୀ ପ୍ରୟାସ ମାଧ୍ୟମରେ ଜାତୀୟ ପତାକାକୁ ସମ୍ମାନିତ କରିବାର ସ୍ୱପ୍ନକୁ ଭାରତବାସୀ ସାକାର କରୁଛନ୍ତି। ଏହା ଦେଶବାସୀଙ୍କ ପାଇଁ ଆଉ ଏକ ଐତିହାସିକ ଉତ୍ସବରେ ପରିଣତ ହୋଇଛି ବୋଲି ସେ କହିଛନ୍ତି।

ହର ଘର ତିରଙ୍ଗା ଉତ୍ସବର ଏକ ଅଂଶ ଭାବରେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ସେଗୁଡ଼ିକ ମଧ୍ୟରେ ରହିଛି:

● ତ୍ରିରଙ୍ଗା ଦୌଡ଼ : ଦେଶପ୍ରେମକୁ ପ୍ରୋତ୍ସାହିତ କରିବା ପାଇଁ ଦେଶର ବିଭିନ୍ନ ସହରରେ ଆୟୋଜିତ ହେବ ତ୍ରିରଙ୍ଗା ଦୌଡ଼।
● ତିରଙ୍ଗା କନସର୍ଟ: ଆମ ଜାତୀୟ ଐତିହ୍ୟକୁ ପାଳନ କରିବା ପାଇଁ ଦେଶାତ୍ମବୋଧକ ଗୀତ କୁ ନେଇ ସଙ୍ଗୀତ କାର୍ଯ୍ୟକ୍ରମ ।
● ପଥପ୍ରାନ୍ତ ନାଟକ : ଏକତା ଏବଂ ଦେଶପ୍ରେମର ବାର୍ତ୍ତା ପ୍ରଚାର କରିବା ପାଇଁ ସ୍ଥାନୀୟ ନାଟକ ପ୍ରଦର୍ଶନ।
● ଚିତ୍ରାଙ୍କନ ପ୍ରତିଯୋଗିତା: ଦେଶ ପ୍ରତି ଭଲ ପାଇବାର କଳାତ୍ମକ ଅଭିବ୍ୟକ୍ତିରେ ଯୁବବର୍ଗ ଓ ଛୋଟ ପିଲାମାନଙ୍କୁ ଆକର୍ଷିତ କରିବା।
● ତିରଙ୍ଗାର ବିକାଶ ଉପରେ ପ୍ରଦର୍ଶନୀ: ଜାତୀୟ ପତାକାର ଇତିହାସ ଏବଂ ମହତ୍ତ୍ୱକୁ ପ୍ରଦର୍ଶିତ କରିବା ।
● ଫ୍ଲାସ୍ ମୋବ୍ସ: ସର୍ବସାଧାରଣ ସ୍ଥାନରେ ଜାତୀୟ ଗୌରବର ଉତ୍ସାହଜନକ ପ୍ରଦର୍ଶନ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories