www.samajalive.in
Wednesday, December 10, 2025
16.1 C
Bhubaneswar

ଚହଲଙ୍କୁ ଜନ୍ମ ଦିନର ଶୁଭେଚ୍ଛା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଯୁବ ଲେଗ୍ ସ୍ପିନର୍ ୟୁଜୁବେନ୍ଦ୍ର ଚହଲ୍ ମଙ୍ଗଳବାର ୨୯ ବର୍ଷ ବୟସରେ ପାଦ ଦେଇଛନ୍ତି। ଚହଲଙ୍କ ଜନ୍ମ ଦିନ ଅବସରରେ ତାଙ୍କୁ ସାଥି କ୍ରିକେଟରମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହୱାଗଙ୍କ ଠାରୁ ଆରମ୍ଭ କରି ରୋହିତ୍ ଶର୍ମା, ସୁରେଶ ରାଇନା, ଶିଖର ଧୱନ୍, ଚେତେଶ୍ୱର ପୂଜାରା, କୁଲଦୀପ ଯାଦବ ମଧ୍ୟ ଚହଲଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ବିସିସିଆଇ ଓ ଆଇସିସି ମଧ୍ୟ ତା’ର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟରେ ଚହଲଙ୍କୁ ଅଭିନନ୍ଦନ ଜଣାଇଛି।

ନିଜର ଟ୍ବିଟର ଆକାଉଣ୍ଟରେ ସେହୱାଗ ଚହଲଙ୍କ ଆରାମ କରୁଥିବା ଏକ ଫଟୋ ଶେୟାର କରି ଲେଖିଛନ୍ତି, “ଜନ୍ମଦିନର ଶୁଭେଚ୍ଛା ଚହଲ୍”, ଏଥିସହ ସେ ଆହୁରି ଲେଖିଛନ୍ତି, “ଇସି ଆଟିଚ୍ୟୁଡ୍ କେ ପୈସେ ହୈଁ, ବାକି ସବ୍ ଏକ ଜୈସେ ହୈଁ।” ସେହିପରି ରୋହିତ୍ ଶର୍ମା ‘ଗୋଟ୍’ ଲେଖି ଚହଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଜଦ୍ମଦିନ ଆପଣଙ୍କ ପାଇଁ ସର୍ବଶ୍ରେଷ୍ଠ ହେଉ ଗୋଟ୍ (ଗ୍ରେଟ୍ ଅଫ୍ ଅଲ୍ ଟାଇମ୍)।

- Advertisement -

ସୂଚନାଯୋଗ୍ୟ, ଚହଲ୍ ଭାରତ ପକ୍ଷରୁ ୪୯ଟି ଏକଦିବସୀୟ ଓ ୩୧ଟି ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ୨୬.୩୫ ହାରରେ ୮୪ ଦିନିକିଆ ଏବଂ ୨୧.୧୩ ହାରରେ ୪୬ ଟି-୨୦ ୱିକେଟ୍ ନେଇଛନ୍ତି। ଏକଦିବସୀୟ ଓ ଟି-୨୦ରେ ଚହଲ୍ ଦୁଇଥର ଲେଖାଏ ୫ଥରରୁ ଅଧିକ ୱିକେଟ୍ ହାସଲ କରିଛନ୍ତି। ନିକଟରେ ଶେଷ ହୋଇଥିବା ବିଶ୍ୱକପରେ ଚହଲ୍ ୧୨ଟି ୱିକେଟ୍ ନେଇଥିଲେ। ସେହିପରି ରୟାର ଚ୍ୟାଲେଞ୍ଜର ବାଙ୍ଗାଲୋର ତରଫରୁ ସେ ଇଣ୍ଡିଆନ ପ୍ରିମିୟମ ଲିଗ୍(ଆଇପିଏଏଲ୍) ମ୍ୟାଚ୍ ଖେଳୁଛନ୍ତି।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories