www.samajalive.in
Wednesday, December 10, 2025
16.1 C
Bhubaneswar

ପୁଣି ମୁମ୍ବଇରେ ଭୟାବହ ଅଗ୍ନିକାଣ୍ଡ

ମମ୍ବଇ . – ମୁମ୍ବଇ ମହାନଗର ନିଗମର ଥାନେ ଅଞ୍ଚଳରେ ମଙ୍ଗଳବାର ଭୋରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ରାସାୟନିକ ଦ୍ରବ୍ୟ ଗଚ୍ଛିତ ରହୁଥିବା ଏକ ଗୋଦାମରେ ହଠାତ୍‌ ନିଆଁ ଲାଗିଯାଇଥିଲା । ଏଥିରେ କେହି ମୃତାହତ ହୋଇ ନଥିବା ମୁମ୍ବଇ ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୋମବାର ବିଳମ୍ବିତ ରାତି ବା ମଙ୍ଗବାର ୧.୫୦ ଏଏମ୍‌ରେ ଏହି ଗୋଦାମ ଘରେ ନିଆଁ ଲାଗିଥିବା ସୂଚନା ମିଳିଥିଲା । ଥାନେର ଡାପୋଡା ଅଞ୍ଚଳରେ ଥିବା ଏକା ଗୋଦାମରେ ନିଆଁ ଲାଗିଥିଲା । ନିଆଁ ଏତେ ବ୍ୟାପକଥିଲା ସଙ୍ଗେ ସଙ୍ଗେ ଏହା ଅନ୍ୟ ଗୋଦାମମାନଙ୍କୁ ବ୍ୟାପି ଯାଇଥିଲା । ମୁମ୍ବଇର ବିଭିନ୍ନ ସ୍ଥାନରୁ ୬ଟି ଫାୟାର ବ୍ରିଗେଡ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ ।

ରାସାୟନିକ ଗୋଦାମରେ ନିଆଁ ଲାଗିବା ପରେ ଏହି ସ୍ଥାନରେ ଭୀଷଣ ଗନ୍ଧ ହୋଇଥିଲା । ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ପାଇଁ ଏହା ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories