www.samajalive.in
Sunday, December 7, 2025
14.1 C
Bhubaneswar

ଜାଣନ୍ତୁ, ଶନିବାର କାହିଁକି ହନୁମାନଙ୍କ ପୂଜା କରାଯାଏ !

ମାନ୍ୟତା ଅନୁଯାୟୀ ଆଜି ବି ରାମ ଭକ୍ତ ହନୁମାନ ଧରାପୃଷ୍ଠରେ ବିଚରଣ କରନ୍ତି । ଭଗବାନ ହନୁମାନ ହେଉଛନ୍ତି କଳିଯୁଗରେ ଏକମାତ୍ର ଜୀବିତ ଦେବତା । କୁହାଯାଏ ଭଗବାନ ହନୁମାନ ବହୁତ ଶୀଘ୍ର ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇଯାଆନ୍ତି । ଯେଉଁ ଭକ୍ତ ସ୍ବଚ୍ଛ ମନରେ ହନୁମାନଙ୍କ ପୂଜା-ଅର୍ଚ୍ଚନା କରିବା ସହ ସ୍ମରଣ କରେ, ଯଥାଶୀଘ୍ର ସେହି ବ୍ୟକ୍ତିର ମନୋସ୍କାମନା ପୂରଣ ହୋଇଥାଏ । ଏହା ସହ ସଙ୍କଟମୋଚନ ନାମ ଜପ କରିବା ଦ୍ବାରା ସବୁ ସଙ୍କଟ ଦୂର ହୁଏ ।
ଖରାପ ସମୟରେ ହନୁମାନଙ୍କ ନାମ ଜପ କରିବା ଦ୍ବାରା ସବୁ ସମସ୍ୟା ଦୂର ହୁଏ । ଯେଉଁ ଭକ୍ତ ନିୟମିତ ହନୁମାନ ଚାଲିଶା ପାଠ କରେ, ତା’ ଉପରେ ବଜରଙ୍ଗବାଲିଙ୍କ କୃପା ସର୍ବଦା ରହିଥାଏ ।
ହନୁମାନ ଚାଳିଶାରେ ଏକ ବିଶେଷ ଶକ୍ତି ରହିଛି । ପ୍ରତିଦିନ ହନୁମାନ ଚାଳିଶା ପାଠ କରିବା ଓ ଶୁଣିବା ଦ୍ବାରା ବୁଦ୍ଧି ଓ ବିଦ୍ୟା ଜାଗୃତ ହୋଇଥିାଏ ।
ଯେଉଁ ଭକ୍ତ ପ୍ରତ୍ୟେକ ମଙ୍ଗଳବାର ଦିନ ବ୍ରତ ରଖିବା ସହ ଭଗବାନ ହନୁମାନଙ୍କ ବିଶେଷ ପୂଜା ଓ ଆରାଧନା କରେ, ସେହି ବ୍ୟକ୍ତି ହନୁମାନଙ୍କ କୃପା ସର୍ବଦା ଲାଭ କରିଥାଏ ।
ମଙ୍ଗଳବାର ବ୍ୟତିତ ଶନିବାର ଦିନ ମଧ୍ୟ ବଜରଙ୍ଗବାଲୀଙ୍କୁ ପୂଜା କରାଯାଏ । ଏହାର କାରଣ ହେଉଛି, ପୌରାଣିକ ବିଷୟବସ୍ତୁ ଅନୁଯାୟୀ ବଜରଙ୍ଗବାଲୀ ଶନିଦେବତାଙ୍କୁ ଏକ ଯୁଦ୍ଧରେ ପରାସ୍ତ କରିଥିଲେ । ସେହି ଦିନ ଶନିଦେବ ବଜରଙ୍ଗବାଲୀଙ୍କୁ ଆର୍ଶିବାଦ ଦେଇଥିଲ ଯେ, ଯେଉଁ ବ୍ୟକ୍ତି ଶନିବାର ଦିନ ହନୁମାନଙ୍କୁ ପୂଜା କରିବ ସେହି ବ୍ୟକ୍ତି ଉପରେ କଦାପି ଶନିକୋପ ପଡିବ ନାହିଁ । ତେଣୁ ଶନିବାର ଦିନ ବଜରଙ୍ଗବାଲୀଙ୍କ ଦର୍ଶନ କରାଯାଏ ।
ଭଗବାନ ହନୁମାନଙ୍କ ପୂଜାରେ ତୁଳସୀ ପତ୍ର ବ୍ୟବହାର କଲେ ସୁଖ, ସମୃଦ୍ଧି, ବୈଭବ ଓ ଉନ୍ନତି ଲାଭ ହୋଇଥାଏ ।
ଯେଉଁ ଘରେ ନିୟମତି ଭାବରେ ହନୁମାନ ଚାଲିଶା, ବଜରଙ୍ଗ ବାଣ, ସୁନ୍ଦରକାଣ୍ଡ ଓ ରାମଚରିତମାନସ ପାଠ କରାଯାଏ, ସେହି ଘରର ସଦସ୍ୟମାନଙ୍କ ଉପରେ ସର୍ବଦା ହନୁମାନଙ୍କ କୃପା ରହିଥାଏ ।
ଏତତ୍ ବ୍ୟତିତ ହନୁମାନ ଭକ୍ତ ପ୍ରତ୍ୟେକ ସୋମବାର ଶିବଲିଙ୍ଗ ଉପରେ ବେଲପତ୍ର ଓ ଜଳ ଚଢାଇବା ଦ୍ବାରା ସଫଳତା ପ୍ରାପ୍ତି ହୋଇଥାଏ ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories