www.samajalive.in
Sunday, December 7, 2025
26.1 C
Bhubaneswar

ମୋଦୀଙ୍କ କାର୍ଯ୍ୟାଳୟ ଟ୍ବିଟ୍ ପରେ ବଢିଲା ଏହି ସେୟାର ଦାମ୍

ନୂଆଦିଲ୍ଲୀ : ହିନ୍ଦୁସ୍ତାନ ଏୟରୋନୋଟିକ୍ସ ଲିମିଟେଡ୍(HAL)ର ସେୟାରରେ ମଙ୍ଗଳବାର ବୃଦ୍ଧି ଦେଖିବାକୁ ମିଳିଛି । ମଙ୍ଗଳବାର ସକାଳେ ଏଚଏଏଲର ସେୟାର ୨୬୦ ଟଙ୍କା ବୃଦ୍ଧି ସହିତ ୫୪୬୦ ଟଙ୍କାରେ ଖୋଲିଥିଲା । ଏହା ପରେ ସେୟାରରେ ତୀବ୍ର ଗତି ଦେଖିବାକୁ ମିଳିଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ୧୫୬ ଲାଇଟ୍ କମ୍ବାଟ୍ ହେଲିକପ୍ଟରର ଚୁକ୍ତି ପରେ ଏଚଏଏଲର ସେୟାର ଦାମ୍ ବଢିଛି । ପ୍ରାୟ ୪୫ ହଜାର କୋଟି ଟଙ୍କାରେ ଏହି ଡିଲ୍ ହୋଇଛି । ପିଏମଓଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଏନେଇ ସୂଚନା ଦିଆଯିବା ପରେ ସେୟାର ବଜାରରେ ବୃଦ୍ଧି ପରିଲକ୍ଷିତ ହୋଇଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟ ୧୫୬ ହାଲୁକା ଲଢୁଆ ହେଲିକପ୍ଟର କିଣିବା ପାଇଁ ଯୋଜନା ରଖିଛି । ଏଥିରେ ୯୦ ହେଲିକପ୍ଟର ଭାରତୀୟ ସେନା ପାଇଁ ଏବଂ ୬୬ ହେଲିକପ୍ଟର ଭାରତୀୟ ବାୟୁ ସେନା ପାଇଁ ହେବ । ଭାରତୀୟ ସେନା ଦ୍ବାରା କିଣାଯିବାକୁ ଥିବା ଏହି ହେଲିକପ୍ଟର ସହିତ ଟେଣ୍ଡରର ଦାମ୍ ୪୫ ହଜାର କୋଟି ଟଙ୍କା । ମଙ୍ଗଳବାର ଏଚଏଏଲର ସେୟାରରେ ଲଗାତର ବୃଦ୍ଧି ଦେଖିବାକୁ ମିଳିଛି । ଦ୍ବିପ୍ରହର ୨ଟା ସୁଦ୍ଧା ଏହା ପ୍ରାୟ ୫୫୪୫ ଟଙ୍କାରେ ଥିଲା । ଏହି ସମୟରେ ସର୍ବୋଚ୍ଚ ୫୫୬୫ ଟଙ୍କା ଏବଂ ସର୍ବନିମ୍ନ ୫୩୯୦ ଟଙ୍କା ଛୁଇଁଥିଲା ସେୟାର ଦାମ୍ । ଏହା ସହିତ କମ୍ପାନୀର ମାର୍କେଟ୍ କ୍ୟାପ୍ ବୃଦ୍ଧି ପାଇ ୩,୭୧,୧୩୬ କୋଟି ଟଙ୍କାରେ ପହଞ୍ଚି ଯାଇଛି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories