www.samajalive.in
Tuesday, December 9, 2025
16.1 C
Bhubaneswar

ହାଇତିରେ ସଂଘର୍ଷ, ବୈଦେଶିକ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ଡେସ୍କ: ହାଇତିରେ ସୃଷ୍ଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୈଦେଶିକ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। କଣ୍ଟ୍ରୋଲ ରୁମ୍ ସ୍ଥିତି ଉପରେ ନଜର ରଖିବା ସହ ସୂଚନା ଓ ସହାୟତା ପ୍ରଦାନ କରିବ। ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଡୋମିନିକାନ୍ ରିପବ୍ଲିକ୍ର ସାଣ୍ଟୋ ଡୋମିଙ୍ଗୋରେ ଥିବା ଭାରତୀୟ ଦୂତାବାସ ମଧ୍ୟ ଏକ ଜରୁରୀକାଳୀନ ହେଲ୍ପଲାଇନ୍ ସ୍ଥାପନ କରିଛି। ସେ କହିଛନ୍ତି ଯେ ହାଇତିରେ ଭାରତୀୟ ସମ୍ପ୍ରଦାୟର ୫୦ରୁ ୮୦ ଜଣ ସଦସ୍ୟ ଅଛନ୍ତି। ଦୂତାବାସ ସମସ୍ତଙ୍କ ସହ ଯୋଗାଯୋଗରେ ଅଛି ଏବଂ ମନ୍ତ୍ରଣାଳୟ ପରିସ୍ଥିତି ଉପରେ ନଜର ରଖିଛି ବୋଲି ମୁଖପାତ୍ର କହିଛନ୍ତି। ଆବଶ୍ୟକ ପଡ଼ିଲେ ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି।

ମାତ୍ର ୬୦ ମିନିଟ – ଶଙ୍ଖ ଛାଡି ପଦ୍ମ ଧରିଲେ ଅରିନ୍ଦମ

- Advertisement -

କଣ୍ଟ୍ରୋଲ ରୁମକୁ ସଂଯୋଗ କରିବା ପାଇଁ ଟେଲିଫୋନ୍ ହେଲ୍ପଲାଇନ ନମ୍ବର ଓ ହ୍ଵାଟ୍ସଆପ୍ ନମ୍ବର ସହିତ ଟୋଲ୍ ଫ୍ରି ନମ୍ବର ୧୮୦୦-୧୧୮୭୯୭ ଖୋଲାଯାଇଛି। ଅନ୍ୟ ଟେଲିଫୋନ ନମ୍ବର ଗୁଡିକ ହେଉଛି ୦୧୧-୨୩୦୧୨୧୧୩, ୦୧୧-୨୩୦୧୪୧୦୪, ୦୧୧-୨୩୦୧୭୯୦୫, ହ୍ୱାଟ୍ସଆପ୍ ନମ୍ବର ୯୧-୯୯୬୮୨୯୧୯୮ ଏବଂ ଇମେଲ ଆଇଡି ହେଉଛି situationroom@mea.gov.in

ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ ଏଲ୍ ରାମଦାସଙ୍କ ୯୦ ବର୍ଷ ବୟସରେ ପରଲୋକ

ସାଣ୍ଟୋ ଡୋମିଙ୍ଗୋସ୍ଥିତ ଭାରତୀୟ ଦୂତାବାସ ଦ୍ୱାରା ସ୍ଥାପିତ ୨୪ ଘଣ୍ଟିଆ ଜରୁରୀକାଳୀନ ହେଲ୍ପଲାଇନ ସହ ମଧ୍ୟ ଯୋଗାଯୋଗ କରାଯାଇପାରିବ। ସେହି ନମ୍ବର ଗୁଡିକ ହେଉଛି – +୧ (୮୪୯) ୩୯୮-୯୮୮୯, +୧ (୮୦୯) ୮୭୦-୩୯୧୩, +୧ (୮୪୯) ୫୦୭-୭୬୧୨

Hot this week

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

Related Articles

Popular Categories