www.samajalive.in
Saturday, December 6, 2025
16.1 C
Bhubaneswar

କେଶରେ ତେଲ ଲଗାଇବା ପରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

କେଶ ଝଡ଼ିବା, ଛିଣ୍ଡିବା, ଏହାର ଶୁଷ୍କପଣ ଦୂର ପାଇଁ ତେଲ ମାଲିସ କରିବା ଖୁବ ଲାଭଦାୟକ। ନିତିଦିନ ତେଲ ନଲଗାଇଲେ ମଧ୍ୟ ସପ୍ତାହକୁ ୨ଥର ତେଲ ଲଗାଇବା ସହ ସାମ୍ପୁରେ ସଫା କରିବା ଉଚିତ। ତେଲ ଲଗାଇବା ପରେ କେତେକ ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଯାହା ହୁଏତ ସଭିଁଙ୍କୁ ଜଣାନଥାଏ। ଜାଣନ୍ତୁ ଏହା ବିଷୟରେ ……..
ତେଲ ଲଗାଇବା ପରେ ତୁରନ୍ତ ମୁଣ୍ଡ କୁଣ୍ଡାନ୍ତୁ ନାହିଁ –
କେଶ ମୂଳରେ ତେଲ ମାଲିସ କରିବା ପରେ ସେପରି ରହିବାକୁ ଦିଅନ୍ତୁ, ତୁରନ୍ତ ମୁଣ୍ଡ କୁଣ୍ଡାନ୍ତୁ ନାହିଁ। ଏପରି କରିବା ଦ୍ୱାରା କେଶ ମୂଳ ଦୁର୍ବଳ ହୋଇ ଝଡ଼ିଥାଏ। କିଛି ସମୟ ପରେ କେଶ କୁଣ୍ଡାଇପାରିବେ।
ଅତ୍ୟଧିକ ତେଲ ଲଗାନ୍ତୁ ନାହିଁ –
କେଶରେ ତେଲ ଲଗାଇବା ଅର୍ଥ ନୁହେଁ, ଅତ୍ୟଧିକ ମାତ୍ରାରେ ଲଗାଇବା। ତେଲକୁ ସର୍ବଦା କେଶ ମୂଳରେ ଅଳ୍ପ ମାତ୍ରାରେ ଧିରେ ଧିରେ ମାଲିସ କରି ଲଗାନ୍ତୁ। ସାମ୍ପୁ ଲଗାଇବାର ୨ ଘଣ୍ଟା ପୂର୍ବରୁ ତେଲ ଲଗାନ୍ତୁ।
– ତେଲ ଲଗାଇବା ସଙ୍ଗେ ସଙ୍ଗେ ସାମ୍ପୁରେ ସଫା କରନ୍ତୁ ନାହିଁ। ଅତି ଜୋରରେ ସାମ୍ପୁ କରନ୍ତୁ ନାହିଁ। ତେଲ ଲଗାଇ କେଶକୁ ଅତି ଜୋରରେ ବାନ୍ଧନ୍ତୁ ନାହିଁ।
– ତେଲ ଲଗାଇବା ପରେ ଅନ୍ୟ କୌଣସି ଜିନିଷ ଯେପରି ସିରମ, ହେୟାର ସ୍ପ୍ରେ ଆଦି କେଶରେ ଲଗାନ୍ତୁ ନାହିଁ। ଏପରି କରିବା ଦ୍ୱାରା କେଶ ପାଇଁ କ୍ଷତିକାରକ ହୋଇଥାଏ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories