www.samajalive.in
Saturday, December 6, 2025
14.1 C
Bhubaneswar

ଉତ୍ତମ କେଶ ପାଇଁ କିଛି ଟିପ୍ସ

ସଭିଏଁ ଆକର୍ଷଣୀୟ ଓ ମଜଭୂତ କେଶକୁ ଖୁବ ପସନ୍ଦ କରନ୍ତି। କେଶର ସଠିକ ଭାବେ ଯତ୍ନ ନେଲେ ହିଁ ଏହା ଲମ୍ବା ଓ ରେଶମୀ ହୋଇଥାଏ। ଉତ୍ତମ କେଶ ପାଇଁ ଏହାର ସଠିକ ଭାବେ ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ । ସୁସ୍ଥ କେଶ ପାଇଁ ତେଲ ମାଲିସ କରିବା, ପୃଷ୍ଟିଯୁକ୍ତ ଆହାର ଖାଇବା, ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା, ଉପଯୁକ୍ତ ସାମ୍ପୋର ବ୍ୟବହାର କରିବା ଆବଶ୍ୟକ ଅଟେ। ମାତ୍ର ବହୁ ଲୋକେ କେଶର ସଠିକ ଭାବେ ଯତ୍ନ ନେଇପାରି ନଥାଆନ୍ତି। ଫଳରେ କେଶ ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ କେଶର କିପରି ସଠିକ ଯତ୍ନ ନେବେ ….
କେଶ ରଙ୍ଗ ସମୟରେ ଧ୍ୟାନ ରଖନ୍ତୁ-
ଯଦି ଆପଣ କେଶ ରଙ୍ଗ କରୁଛନ୍ତି ତେବେ କିଛି କଥା ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ ଅଟେ। କେଶ ରଙ୍ଗ କରିବା ପୂର୍ବରୁ ସାମ୍ପୋ କରିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ନଚେତ କେଶ ଅଧିକ ପରିମାଣରେ ଉପୁଡ଼ି ଥାଏ।
ଆଣ୍ଟି ଡ଼ାନଡ଼୍ରଫ ସାମ୍ପୋ –
ବହୁ ଲୋକେ ରୂପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ଆଣ୍ଟି ଡ଼ାନଡ଼୍ରଫ ସାମ୍ପୋର ବ୍ୟବହାର କରିଥାଆନ୍ତି। ମାତ୍ର କେଶ ପାଇଁ କ୍ଷତିକାରକ ଅଟେ। ଏହା କେଶକୁ ଦୁର୍ବଳ କରିଦିଏ। ତେଣୁ କେତେକ ଘରୋଇ ଉପାୟ ଅବଲମ୍ବନ କରିବା ସହ ଏହି ସାମ୍ପୋକୁ ସପ୍ତାହକୁ ଥରେ ବ୍ୟବହାର କରନ୍ତୁ।
ଓଦା କେଶକୁ ବାନ୍ଧନ୍ତୁ ନାହିଁ –
କେଶ ଧୋଇବା ପରେ ଓଦା ଥିଲେ ଏହାକୁ ବାନ୍ଧନ୍ତୁ ନାହିଁ। କେଶ ଓଦା ଥିବା ସମୟରେ ଏହାର ମୂଳ ଦୁର୍ବଳ ଥାଏ। ସେହି ସମୟରେ କେଶ ବାନ୍ଧିବା ଫଳରେ କେଶ ଅଧିକ ଉପୁଡ଼ିଥାଏ। ତେଣୁ ଭଲ ଭାବେ ଶୁଖିବା ପରେ କେଶ ବାନ୍ଧିବା ଉଚିତ। କିଛି ସମୟ ଖରାରେ କେଶ ଶୁଖାଇଲେ ଏହା ଖୁବ ଲାଭଦାୟକ ହୋଇଥାଏ।
ଅଧିକ ପରିମାଣରେ କେମିକାଲ ଦ୍ରବ୍ୟର ବ୍ୟବହାର କରନ୍ତୁ ନାହିଁ। କାରଣ ଅଧିକ କେମିକାଲ ଯୁକ୍ତ ଦ୍ରବ୍ୟ କେଶକୁ ରୁଗଣ କରିବା ସହ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories