ନବରଙ୍ଗପୁର: ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟର ହାଉସ୍କିପିଂ ସୁପରଭାଇଜର କବୀରମୋହନ ଦୀପ ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ହସ୍ପିଟାଲରେ ଠିକାରେ କାର୍ଯ୍ୟରତ ସଫେଇ କର୍ମଚାରୀ ସାଗରିକା ଭତ୍ରାଙ୍କୁ ନିୟମିତ କରାଇଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ କୋରାପୁଟ ଭିଜିଲାନ୍ସ ଡିଭିଜିନର ଅଧିକାରୀମାନେ ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଛନ୍ତି। କବୀରଙ୍କ ପକେଟରୁ ଅଧିକାରୀମାନେ ଲାଞ୍ଚ ଟଙ୍କାକୁ ଜବତ କରିଛନ୍ତି। ଏହି ଘଟଣା କୋରାପୁଟ ଭିଜିଲାନ୍ସ ଥାନାରେ ଏକ ମାମଲା(ନଂ.୨୯) ରୁଜୁ ହୋଇଛି।



