www.samajalive.in
Sunday, December 7, 2025
23.1 C
Bhubaneswar

ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପ୍ରଧାନଶିକ୍ଷକ ନିଲମ୍ବିତ

କେନ୍ଦୁଝର: ଯୋଡ଼ା ବ୍ଲକର ଏକ ଆବାସିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ନାମରେ ଆସିଥିବା ଅଭିଯୋଗ ସତ ବୋଲି ପ୍ରମାଣ ହେବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ସଂପୃକ୍ତ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯିବା ସହ ପୁଲିସ ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସୂଚନାଯୋଗ୍ୟ, ଉକ୍ତ ଆବାସିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିଲେ। ପ୍ରଧାନଶିକ୍ଷକଙ୍କ ଏଭଳି ହରକତରେ ଛାତ୍ରୀମାନେ ଅତିଷ୍ଠ ହୋଇପଡ଼ିଥିଲେ। ତେଣୁ ହଷ୍ଟେଲରେ ରହୁଥିବା ୪୦ ଛାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଶୁକ୍ରବାର ସନ୍ଧ୍ୟାରେ ହଷ୍ଟେଲ ଛାଡ଼ି ନିକଟ ଏକ ଗାଁକୁ ଚାଲିଯାଇ ଶରଣ ନେଇଥିଲେ। ଖବର ପାଇ ପୁଲିସ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରି ହଷ୍ଟେଲରେ ଛାଡ଼ିଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories