ଦୁର୍ବଳ ଓ ଶୁଷ୍କ କେଶ ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ସହଜ ଉପାୟ

ମହିଳା ହୁଅନ୍ତୁ ଅଥବା ପୁରୁଷ ସମସ୍ତେ କେଶର ସମସ୍ୟା ପାଇଁ ଖୁବ ଚିନ୍ତିତ ଅଟନ୍ତି। ଆଜିକାଲିର ବ୍ୟସ୍ତବହୁଳତା ଜୀବନ ଓ ପ୍ରଦୂଷଣ କାରଣରୁ କେଶ ବହୁତ ଦୁର୍ବଳ, ଶୁଷ୍କ ହୋଇଯାଇଛି। ଯାହା ସଭିଁଙ୍କ ପାଇଁ ଏକ ସମସ୍ୟାର କାରଣ ପାଲଟିଛି। ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ତଥା କେଶକୁ କୋମଳ , ଘନ ଓ ଆକର୍ଷଣୀୟ କରିବା ପାଇଁ ସଠିକ ଭାବେ ଏହାର ଦେଖାଶୁଣା କରିବା ଆବଶ୍ୟକ ଅଟେ। ବହୁ ଲୋକେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବହୁ ଦାମୀଦ୍ରବ୍ୟର ବ୍ୟବହାର କରିଥାଆନ୍ତି। ମାତ୍ର କିଛି ସହଜ ଉପାୟ ଦ୍ୱାରା ଆମେ କେଶକୁ ମୋଟା, କୋମଳ ଓ ଆକର୍ଷଣୀୟ କରିପାରିବା ଜାଣନ୍ତୁ ତାହା କ’ଣ….

courtesy : wikiHow

ଅଣ୍ଡାର ବ୍ୟବହାର –
କେଶକୁ କୋମଳ କରିବା ପାଇଁ ଅଣ୍ଡା ସବୁଠାରୁ ଲାଭଦାୟକ ଅଟେ। ସପ୍ତାହକୁ ଥରେ କିମ୍ବା ଦୁଇ ଥର ଏହାକୁ ଲଗାଇବା ଆବଶ୍ୟକ। ଅଣ୍ଡାରେ ଥିବା ପୋଷକ ତତ୍ତ୍ୱ କେଶକୁ କୋମଳ କରିଥାଏ।

courtesy : Way Craze

କେଶ ପାଇଁ ନଡ଼ିଆ ପାଣି ଓ କ୍ଷୀର –
ନଡ଼ିଆ ପାଣି, କଞ୍ଚା କ୍ଷୀରରେ ବେସନ ମିଶାଇ ସପ୍ତାହକୁ ଦୁଇ ଥର ଲଗାନ୍ତୁ। ଏହା ଦ୍ୱାରା କେଶର ଶୁଷ୍କପଣ ଦୂର ହେବା ସହ କେଶର ଚମକ ବଢିଥାଏ।

prayash
courtesy : Beauty & Health tips

ଘିକୁଆଁରୀର ବ୍ୟବହାର –
ଘିକୁଆଁରୀ କେଶ ପାଇଁ ଖୁବ ଲାଭଦାୟକ ଅଟେ। ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ, ଭିଟାମିନ କେଶକୁ ଆବଶ୍ୟକ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ।

courtesy : www.netmarkers.com

କଦଳୀ ଓ ନଡ଼ିଆ ତେଲର ବ୍ୟବହାର –
କଦଳୀକୁ ଭଲ ଭାବେ ଚକଟି ଏଥିରେ ତେଲ ମିଶାଇ କେଶର ମୂଳରେ ଭଲ ଭାବେ ମାଲିସ କରନ୍ତୁ। ଏହା ପରେ କେଶକୁ ଧୋଇ ଦିଅନ୍ତୁ। ଏହା ଦ୍ୱାରା କେଶ ଖୁବ କୋମଳ ଓ ଆକର୍ଷଣୀୟ ହୋଇଥାଏ।

courtesy : quicknhealthyrecipes.com

ଦହିର ବ୍ୟବହାର –
ଦହି କେଶ ପାଇଁ ଏକ ଉତ୍ତମ କଣ୍ଡିସନର ଭାବେ କାର୍ଯ୍ୟ କରେ। କେଶ ଧୋଇବାର ଏକ ଘଣ୍ଟା ପୂର୍ବରୁ ଏହାକୁ ଲଗାଇ ଦିଅନ୍ତୁ। ଏହା କେଶ ପାଇଁ ଖୁବ ଲାଭଦାୟକ ଅଟେ।

Comments are closed.