୧୯୯୫ ମସିହାରେ ଏକ ପାର୍ଟିରେ ପରିଚୟ ହେବା ପରଠାରୁ ଶେରା ଓ ସଲ୍ମାନ ସବୁବେଳେ ଏକାଠି ରହିଆସିଛନ୍ତି। ଏପରିକି ନିଜ ଦୁଇଭାଇ ଅରବାଜ ଏବଂ ସୋହେଲଙ୍କ ଅପେକ୍ଷା ସଲ୍ମାନ ଶେରାଙ୍କୁ ବେଶୀ ବିଶ୍ୱାସ କରନ୍ତି କହିଲେ ଭୁଲ୍ ହେବନାହିଁ। ଶେରା ତାଙ୍କ ପାଇଁ ପରିବାର ସଦସ୍ୟଙ୍କଠାରୁ କମ୍ ନୁହନ୍ତି।
୨୦୧୧ ମସିହାରେ ଆସିଥିବା ତାଙ୍କ ଫିଲ୍ମ ‘ବଡିଗାର୍ଡ’ ମଧ୍ୟ ଶେରାଙ୍କୁ ଉତ୍ସର୍ଗ କରିଥିଲେ ସଲ୍ମାନ। ମାସକୁ ୧୬ଲକ୍ଷ ଟଙ୍କା ହିସାବରେ ବର୍ଷକୁ ୨କୋଟି ଟଙ୍କା ଦରମା ନେଉଥିବା ଏହି ବଡିଗାର୍ଡ ମଧ୍ୟ ଭାଇଜାନ୍ଙ୍କ ପ୍ରତି ଏତେ ସମର୍ପିତ ଯେ ତାଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦିନକୁ ଏକାଧିକ କିଲୋମିଟର ଦୂରତା ଚାଲିବାକୁ ବି ପଛାନ୍ତି ନାହିଁ। ଏପରିକି ସଲ୍ମାନ ଯିବାକୁ ଥିବା ସ୍ଥାନକୁ ପୂର୍ବରୁ ଯାଇ ତନ୍ନତନ୍ନ କରି ନିରୀକ୍ଷଣ କରିଥାନ୍ତି ସେ। ଶେଷ ନିଃଶ୍ୱାସ ଯାଏ ତାଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ପ୍ରତିଜ୍ଞାବଦ୍ଧ ଶେରା।



