www.samajalive.in
Saturday, December 6, 2025
14.1 C
Bhubaneswar

କେଶ ପାଇଁ ଆବଶ୍ୟକ ତେଲ

କେଶରେ ତେଲ ଲଗାଇବା ଖୁବ ଲାଭଦାୟକ ଅଟେ। ଏହାଦ୍ୱାରା କେଶର ଶୁଷ୍କପଣ ଦୂର ହୋଇଥାଏ ଏବଂ କେଶମୂଳକୁ ପୋଷକ ତତ୍ତ୍ୱ ଯୋଗାଇଥାଏ। ଫଳରେ କେଶ ଉପୁଡ଼ିବା, ରୂପି ହେବା ଆଦି ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ। ଜାଣନ୍ତୁ ,କେଉଁ ସମୟରେ ଓ କିଭଳି ତେଲ ଲଗାଇବା ଉଚିତ…
ତେଲ ସବୁ ସମୟରେ ଲଗାଇବା ସମ୍ଭବ ନୁହେଁ କାରଣ ତେଲ ଲଗାଇ ବାହାରକୁ ଯିବା ସଭିଁଙ୍କୁ ପସନ୍ଦ ନୁହେଁ। ତେଣୁ ସାମ୍ପୋ କରିବା ୨ ଘଣ୍ଟା ପୂର୍ବରୁ ତେଲ ଲଗାଇବା ଉଚିତ। ତେଲକୁ କେଶମୂଳରେ ମାଲିସ କରି ଲଗାଇବା ଆବଶ୍ୟକ। ନିଜ ପସନ୍ଦ ମୁତାବକ ତେଲର ବ୍ୟବହାର କରିପାରିବେ। ମାତ୍ର ହରବଲ କିମ୍ବା ଔଷଧୀୟ ତେଲ ବ୍ୟବହାର କରିବା ଆବଶ୍ୟକ। ତେଲ ଲଗାଇ ବାହାରକୁ ଯିବା ମଧ୍ୟ ଅନୁଚିତ। କାରଣ ବାହାରର ଧୂଳି କେଶ ସଂସ୍ପର୍ଶରେ ଆସି ଚିକିଟା ପରି ହୋଇଯାଏ।  ଯାହା ଫଳରେ କେଶ ଅଧିକ ପରିମାଣରେ ଉପୁଡ଼ିଥାଏ।
ପ୍ରତି ୨ ଦୁଇ ଦିନକୁ ଥରେ କେଶମୂଳରେ ତେଲ ଲଗାଇବା ଦ୍ୱାରା ରୂପି ସମସ୍ୟା ଦୂର ହୋଇଥାଏ।
କେଶର ମୂଳରେ ତେଲ ମାଲିସ କରିବା ଦ୍ୱାରା ମୁଣ୍ଡବିନ୍ଧା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
ରାତିରେ ଶୋଇବାର ୨ ଘଣ୍ଟା ପୂର୍ବରୁ ତେଲ ଲଗାଇଲେ ଭଲ ନିଦ ହୋଇଥାଏ। କେଶ ଅଧିକ ମୋଟା ହୋଇଥାଏ।
ରାତିରେ କେଶ ମୂଳରେ ତେଲ ମାଲିସ କରିବା ଦ୍ୱାରା ମସ୍ତିଷ୍କରେ ଭଲ ଭାବେ ରକ୍ତ ସଞ୍ଚାଳନ ହୋଇଥାଏ। ଫଳରେ ଆମକୁ ଚିଡଚିଡା, ବିରକ୍ତଭାବ କମ୍ ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories