www.samajalive.in
Saturday, December 6, 2025
14.1 C
Bhubaneswar

ଆମ୍ବୁଲାନ୍ସ ସମ୍ମୁଖରେ ମୃତଦେହ ରଖି ଧାରଣା

କେନ୍ଦ୍ରାପଡା : ଆମ୍ବୁଲାନ୍ସ ବିଳମ୍ବରେ ଆସିବାରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମରେ ଉତ୍ତେଜନା ସୃଷ୍ଟି ହେବା ସହ ପରିବାର ଲୋକେ ଆମ୍ବୁଲାନ୍ସ ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଛନ୍ତି। ଏହାସହ ଆମ୍ବୁଲାନ୍ସ କର୍ମଚାରୀମାନଙ୍କୁ ମଧ୍ୟ ଅଟକ ରଖିଥିବା ଜଣାପଡିଛି। ଏପରି ଘଟଣା କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ଅନ୍ତର୍ଗତ ଲୁଣିମାଠିଆ ଗ୍ରାମରେ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରୁଛି।
ସୂଚନାଯୋଗ୍ୟ ଯେ, ଲୁଣିମାଠିଆ ଗ୍ରାମର ନଖିଆ ମଲ୍ଲିକ (୩୫) ଗତ କିଛିଦିନ ହେବ ଯକ୍ଷ୍ମା ରୋଗରେ ପୀଡିତ ଥିଲେ। ଶୁକ୍ରବାର ଦିନ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ରାମନଗର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଡାକ୍ତର ସେଠାରେ ତାଙ୍କର ଚିକିତ୍ସା କରିବା ସହ କଟକ ବଡ ମେଡିକାଲ ନେଇ ଯିବାକୁ ପରାମର୍ଶ ଦେଇଥିଲେ। ତେବେ ଶୁକ୍ରବାର ପରିବାର ଲୋକ ୧୦୮ଆମ୍ବୁଲାନ୍ସକୁ ଫୋନ କରି ଡାକିଥିଲେ ମଧ୍ୟ ଶନିବାର ସକାଳେ ପହଞ୍ଚିଥିଲା। ତେବେ ସେତେ ବେଳକୁ ନଖିଆଙ୍କର ମୃତ୍ୟୁ ହୋଇଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories