କେଶର ଯତ୍ନ
ବର୍ତ୍ତମାନର ଜୀବନଶୈଳୀ, ଖାଦ୍ୟପାନୀୟ ତଥା ପ୍ରଦୂଷଣର ସ୍ତର ବଢ଼ୁଥିବାରୁ କେଶ ଝଡ଼ା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି। କେଶର ଯତ୍ନ ନେବାକୁ ଚାହୁଁଥିଲେ କେତୋଟି ସରଳ ଘରୋଇ ଉପଚାର କରନ୍ତୁ।
• ସପ୍ତାହକୁ ୩-୪ଥର କେଶମୂଳର ମାଲିସ୍ କରନ୍ତୁ। ଏହା କେଶମୂଳରେ ରକ୍ତ ସଞ୍ଚଳାନ ବଢ଼ାଇବା ସହ କେଶର ଘନତ୍ବ ବଢ଼ାଇଥାଏ।
• ଘି-କୁଆଁରୀ ରସକୁ କେଶରେ ସପ୍ତାହକୁ ୨ଥର ଲଗାଇବା ସହ ୨୦ ମିନିଟ୍ ପରେ କେଶ ସଫା କରନ୍ତୁ। ଏହା ମଧ୍ୟ କେଶଝଡ଼ାକୁ ଅନେକାଂଶରେ ନିୟନ୍ତ୍ରଣ କରେ।
• ନଖ ଉଷୁମ ନଡ଼ିଆ ତେଲକୁ କେଶମୂଳରେ ଲଗାଇଲେ ତାହା ମଧ୍ୟ କେଶର ଘନତ୍ବ ବଢ଼ାଇଥାଏ ବୋଲି ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତ।
• କେଶ ପାଇଁ ଏକ ସର୍ବୋତ୍ତମ ଖାଦ୍ୟ ହେଉଛି ପିଆଜ ରସ। ଏହାକୁ ନିୟମିତ ରାତିରେ କେଶମୂଳରେ ଲଗାଇ ସକାଳବେଳା କେଶ ଧୋଇବେ। ୧ ମାସ ଏପରି କଲେ କେଶର ସମସ୍ତ ସମସ୍ୟା ଦୂର ହେବା ସହ କେଶର ଘନତ୍ବ ବଢ଼େ।