www.samajalive.in
Saturday, December 6, 2025
16.1 C
Bhubaneswar

ହାଇଦରକୁ କରୋନା: ରିମାଣ୍ଡ ସ୍ଥଗିତ

କଟକ: କଟକ ବଡମେଡିକାଲରୁ ଖସି ପଳାଇବା ପରେ ତେଲେଙ୍ଗାନାରେ ଧରା ପଡିଥିବା ଗ୍ୟାଙ୍ଗଷ୍ଟର ହାଇଦର କରୋନା ସଂକ୍ରମିତ ହୋଇଛି। ଆରଟିପିସିଆର ପରୀକ୍ଷାରେ ସେ କରୋନା ପଜିଟିଭ ଥିବା ଜଣାଯାଇଛି। ଗତକାଲି ପ୍ରଥମେ ହାଇଦରର ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ସେଥିରେ ରିପୋର୍ଟ ନେଗେଟିଭ ଆସିବାରେ ତାହାର ଆରଟିପିସିଆର ଟେଷ୍ଟ ହୋଇଥିଲା। ସେଥିରେ ସେ କରୋନା ପଜିଟିଭ ଆସିଛି। ଏହାଫଳରେ ହାଇଦରକୁ ରିମାଣ୍ଡ ନେବା ନିଷ୍ପତ୍ତିକୁ ସ୍ଥଗତି ରଖାଯାଇଛି। ଆଜିଠାରୁ ହାଇଦର ୭ ଦିନିଆ ରିମାଣ୍ଡରେ ଯିବାର ଥିଲା। ହାଇଦର କରୋନା ପଜିଟିଭ ଜଣାପଡିବା ପରେ ତାକୁ ଚଉଦ୍ୱାର ଜେଲର ଆଇସୋଲେସନ ୱାର୍ଡରେ ରଖାଯାଇଛି। ତା’ର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ଇତିମଧ୍ୟରେ ହାଇଦରକୁ ଆଣିବା ପାଇଁ ତେଲେଙ୍ଗାନା ଯାଇଥିବା ଓଡ଼ିଶା ପୁଲିସ ଟିମ୍‍ର କିଛି ଅଧିକାରୀଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories