www.samajalive.in
Saturday, December 6, 2025
23.1 C
Bhubaneswar

ଅବକାରୀ ଚଢାଉ ; ଦେଶୀମଦ ଜବତ

ଗୁରୁଡିଝାଟିଆ : ଖୁଣ୍ଟୁଣୀ ଥାନା ଅଞ୍ଚଳ ଚୋରା ମଦ ରନ୍ଧନ ପ୍ରସ୍ତୁତି ସହ ରାଜ୍ୟର ବିଭିନ୍ନ ସ୍ଥାନକୁ ନିଧଡକରେ ଚୋରା ଦେଶୀମଦ ରନ୍ଧନ କରାଯାଇ ଚାଲାଣ କରାଯାଉଅଛି। ଅବକାରୀ ବିଭାଗ ଚଢାଉ କରୁଥିଲେ ମଧ୍ୟ ଚୋରାଦେଶୀମଦ ରନ୍ଧନ ବନ୍ଦ ହେଉନାହିଁ। ଯାହାକି ବୁଦ୍ଧିଜୀବିମାନଙ୍କୁ ବିସ୍ମିତ କରିଛି। ସରସ୍ୱତୀପୁର ଓ ଡାଳୁଆ ସଂରକ୍ଷିତ ଜଙ୍ଗଲରେ ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ ଅବକାରୀ ଉପଅଧିକ୍ଷକ ପ୍ରମୋଦ କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଚଢାଉ କରାଯାଇ ୧୧୪୪୫ ଲିଟର ପୋଚ ନଷ୍ଟ କରିବା ସହ ୮୭୫ ଲିଟର ଦେଶୀ ଚୋରା ରନ୍ଧା ମଦକୁ ଜବତ କରାଯାଇଛି। ଆଠଗଡ ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସ ,ଭ୍ରାମ୍ୟମାଣ ଅବକାରୀ ନିରୀକ୍ଷକ ସଂଜୀତ ବାର୍ଲା , ଉପନିରୀକ୍ଷକ ଅଜିତ କୁମାର ପାତ୍ର, ସୌମ୍ୟ ରଞ୍ଜନ ମାଝି ଓ ଦୀପକ କୁମାର ମାରାଣ୍ଡି ପ୍ରମୁଖ ଚଢାଉରେ ଭାଗ ନେଇଥିଲେ। ମୋଟ ୪ଟି ମାମଲା ରୁଜୁ କରାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories