www.samajalive.in
Saturday, December 6, 2025
15.1 C
Bhubaneswar

୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ୬ ଦଫା ଦାବିପତ୍ର ପ୍ରଦାନ

ବୌଦ୍ଧ : ଜନସାଧାରଣଙ୍କ ପାଇଁ ଜରୁରୀ ସେବା ଯୋଗାଇଦେଉଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ପକ୍ଷରୁ ୬ ଦଫା ଦାବିପତ୍ର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ବନ୍ୟା,ବାତ୍ୟା ହେଉକି ଦୁର୍ଘଟଣା କିମ୍ବା ଅନ୍ୟ କୌଣସି ଘଟଣାରେ ୨୦୧୩ ମସିହାରୁ ଜନସାଧାରଣଙ୍କୁ ସବୁବେଳେ ତୁରନ୍ତ ସେବା ଯୋଗାଇଦେଇ ଆସୁଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରତି ସରକାର ସବୁବେଳେ ଅନ୍ୟାୟ କରି ଆସିଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଅନେକ ସମସ୍ୟା ମଧ୍ୟରେ ୧୦୮ ଆମ୍ବୁଲେନ୍ସ କର୍ମଚାରୀମାନେ ନିଷ୍ଠାପର,ନିଃସ୍ୱାର୍ଥପର ଓ ନିରବିଛିନ୍ନ ଭାବରେ ସେବା ଯୋଗାଇ ଦେଇ ଆସୁଥିବାବେଳେ ସେମାନଙ୍କ ଗୁହାରି ଶୁଣିବାକୁ କେହି ନାହାନ୍ତି।
ତେଣୁ ସେମାନଙ୍କର ନ୍ୟାର୍ଯ୍ୟ ଦାବିଗୁଡିକୁ ସରକାର ତୁରନ୍ତ ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ଆମ୍ବୁଲାନ୍ସ କର୍ମଚାରୀ ସଂଘ ପକ୍ଷୁର ନିବେଦନ କରାଯାଇଛି। ସମସ୍ତ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନିୟମିତ କରାଯିବା କିମ୍ବା ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ କରିବା,ଇଶମଟିଙ୍କୁ ୩୦ ହଜାର,ପାଇଲଟଙ୍କୁ ୨୫ହଜାର, ଆଟେଣ୍ଡାଣ୍ଟ ୨୦ ହଜାର ଏବଂ ଏଡଭାନ୍ସ ସପୋର୍ଟ ସିଷ୍ଟମ ଇଏମଟିଙ୍କୁ ୩୫ ହଜାର ଟଙ୍କା ଦରମା ପ୍ରଦାନ କରାଯାଉ, ବାର୍ଷିକ ଦରମା ବୃଦ୍ଧିକୁ ନିଶ୍ଚିତ କରାଯାଉ,୧୦୮ ଆମ୍ବୁଲାନ୍ସ କାର୍ଯ୍ୟରତ କର୍ମଚାରୀଙ୍କୁ ଆକ୍ରମଣ ହେଲେ ଦୋଷି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ,କୌଣସି ଘଟଣାରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଆମ୍ବୁଲାନ୍ସ ସଂଘ ସହିତ ଆଲୋଚନା କରାଯାଉ,ଆମ୍ବୁଲାନ୍ସ କର୍ମଚାରୀଙ୍କ ପାଇଁ ରହିବା ଓ ଶୌଚାଳୟ ବ୍ୟବସ୍ଥା କରାଯିବା ଓ କୌଣସି ଆମ୍ବୁଲାନ୍ସ କର୍ମଚାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହେଲେ ୨୦ ଲକ୍ଷ ଟଙ୍କା ଓ ଅକର୍ମଣ୍ୟ ହେଲେ ୧୦ ଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ ବ୍ୟବସ୍ଥା କରାଯିବାକୁ ଦାବି କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories