www.samajalive.in
Friday, December 5, 2025
20.1 C
Bhubaneswar

ଧବଳେଶ୍ୱର ପଲିଟେକ୍ନିକ ଓ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ସ୍ୱାସ୍ଥ୍ୟସେବା ଶିବିର

ଗୁରୁଡିଝାଟିଆ : ଗୋପବନ୍ଧୁ ଚିକିତ୍ସା ଓ ଜେ କେ ଲକ୍ଷ୍ମୀ ସିମେଣ୍ଟ କାରଖାନାର ମିଳିତ ସହଯୋଗରେ ରାଧାଦାମୋଦରପୁର ଠାରେ ଥିବା ଧବଳେଶ୍ୱର ପଲିଟେକ୍ନିକ ଓ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଛି। ନିକଟସ୍ଥ ଗ୍ରାମର ଜନସାଧାରଣ,ପଲିଟେକ୍ନିକ ଓ ଶିଳ୍ପ ତାଲିମ କେନ୍ଦ୍ରର ବିଦ୍ୟାର୍ଥୀ, ଅଧ୍ୟାପକ,ଅଧ୍ୟାପିକା , କର୍ମଚାରୀ ଓ ପରିସରରେ ପ୍ରଶିକ୍ଷଣ ନେଉଥିବା ନୀତା ମହିଳା ଫୁଟୁବଲ ଏକାଡେମୀର ସମସ୍ତ ଖେଳାଳୀ ଓ ପ୍ରଶିକ୍ଷକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଆବଶ୍ୟକ ମୁତାବକ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା। ଗୋପବନ୍ଧୁ ଚିକିତ୍ସାଳୟର ଡାକ୍ତର ବିକ୍ରମ ଷଡଙ୍ଗୀଙ୍କ ପ୍ରତ୍ୟେକ୍ଷ ଉପସ୍ଥିତରେ ଅନୁଷ୍ଠିତ ଏହି ମାଗଣା ସ୍ୱାସ୍ଥ୍ୟସେବା ଶିବିରରେ ଡାକ୍ତର ପ୍ରୀତି ସୁମନ,ଡାକ୍ତର ଅସୀତ ମହାନ୍ତି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଚିକିତ୍ସାଳୟର ସେବୀକା ଓ ଗୋପବନ୍ଧୁ ନର୍ସିଂ କଲେଜର ଛାତ୍ରୀମାନେ ସହାୟତା ପ୍ରଦାନ କରିଥିଲେ। ପଲିଟେକ୍ନିକ ଓ ଶିଳ୍ପ ତାଲିମ କେନ୍ଦ୍ରର ପ୍ରଶାସନିକ ଅଧିକ।ରୀ ରମଣୀ ରଞ୍ଜନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଥିଲା। ଗୋପବନ୍ଧୁ ଚିକିତ୍ସାଳୟର ପ୍ରବନ୍ଧକ ଭବାନୀ ପ୍ରସାଦ ମିଶ୍ର, ଉପପ୍ରବନ୍ଧକ ଡଃ ନିତ୍ୟ ସୁନ୍ଦର ସିଏ, ଜେକେ ଲକ୍ଷ୍ମୀ ସିମେଣ୍ଟର କାରଖାନା ମୁଖ୍ୟ ଗିରୀଶ ତିୱାରୀ, ପାରିପାଶ୍ୱର୍ିକ ଉନ୍ନୟନ ଅଧିକାରୀ ସୁଶିଲ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ। ଧବଳେଶ୍ୱର ପଲିଟେକ୍ନିକ ,ଶିଳ୍ପ ତାଲିମ କେନ୍ଦ୍ର ଓ ନୀତା ଫୁଟୁବଲ ଏକାଡେମୀର ନିର୍ଦ୍ଦେଶକ ଇଂ ସୁବ୍ରତ ଦାସ ଏଭଳି କାର୍ଯ୍ୟକ୍ରମକୁ ସାଧୁବାଦ ଜଣାଇଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories