ଆଜି ବିଜେପି ପାଳନ କରୁଛି ୪୪ ତମ ପ୍ରତିଷ୍ଠା ଦିବସ..
ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଦଳୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
କାର୍ଯ୍ୟକର୍ତ୍ତା,ସାଂସଦ ଓ ବିଧାୟକମାନଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..
ଭାଜପା ସର୍ବଦା ଦେଶ ସେବା ପାଇଁ ସମର୍ପିତ-ମୋଦୀ..
ଭାଜପା ପାଇଁ ସର୍ବଦା ରାଷ୍ଟ୍ରହିତ ସର୍ବୋପରି -ପ୍ରଧାନମନ୍ତ୍ରୀ..
୧୪ ଏପ୍ରିଲ ପର୍ଯ୍ୟନ୍ତ ସ୍ୱତନ୍ତ୍ର ସପ୍ତାହ ପାଳନ କରିବ ବିଜେପି..
ଆଜି ହନୁମାନ ଜନ୍ମୋତ୍ସବ,ଶାନ୍ତି ଶୃଙ୍ଖଳା ମଧ୍ୟରେ ଉତ୍ସବ ପାଳନ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ପରାମର୍ଶ..
ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ..
ଘୋଷଣା କଲେ ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ..
ପୂର୍ବଥର ଭଳି ୬.୫ ପ୍ରତିଶତ ରହିଲା ରେପୋ ରେଟ୍..
ରେପୋ ରେଟ୍ ଅପରିବର୍ତ୍ତିତ ରହିବାରୁ ଆଉ ବଢିବନି ଇଏମଆଇ..
ପୁଣି ଚିନ୍ତା ବଢାଇଲା କରୋନା.. ୨୪ ଘଣ୍ଟାରେ ୫,୩୩୫ ସଂକ୍ରମିତ ଚିହ୍ନଟ..
୧୯୫ ଦିନରେ ଏହା ସବୁଠାରୁ ଅଧିକ ମାମଲା ରେକର୍ଡ..
ଜାତୀସଂଘ ପରିସଂଖ୍ୟାନ ଆୟୋଗ ନିର୍ବାଚନରେ ଚୀନକୁ ହରାଇ ସର୍ବାଧିକ ଭୋଟ୍ ସହ ଜିତିଲା ଭାରତ..
ଧୋନି,ଯୁବରାଜ ଓ ସୁରେଶ ରୈନା ଏମସିସିର ଆଜୀବନ ସଦସ୍ୟ ଭାବେ ମନୋନୀତ..
ମିତାଲୀ ରାଜ୍ ଓ ଝୁଲଣ ଗୋସ୍ୱାମୀ ମଧ୍ୟ ମେଲବୋର୍ଣ୍ଣ କ୍ରିକେଟ କ୍ଲବର ସଦସ୍ୟ ଭାବେ ମନୋନୀତ..



