www.samajalive.in
Saturday, December 6, 2025
16.1 C
Bhubaneswar

ଗାଁକୁ ରାସ୍ତା ନାହିଁ, କାଠପୋଲ ଦେଇ ଖଟିଆରେ ବୁହା ହେଲେ ରୋଗୀ

ଗୁରୁଡିଝାଟିଆ : ସପ୍ତାହେ ନୁହେଁ କି ମାସେ ନୁହେଁ। ୩ମାସ ଧରି ବାରଣ୍ଡାରେ ପଡି ରହିଥିଲା ବିଧବା ଜେମା ସଏ(୬୨)। ପେଟ ଯନ୍ତ୍ରଣା ସାଙ୍ଗକୁ ଜ୍ୱର ଶରୀରକୁ ଦୁର୍ବଳ କରି ଦେଇଥିଲା। ଠିକଣା ଢଙ୍ଗରେ ଦିଓଳି ଦୁଇମୁଠା ଭଲରେ ଖାଇବା ମଧ୍ୟ ଜୁଟୁ ନଥିବାରୁ ଚାଲିବା ତା ପାଇଁ କଷ୍ଟକର ହୋଇ ପଡିଥିଲା। ଏଭଳି ସ୍ଥିତିରେ ଜେମା ଅସହାୟ ହୋଇ ଭାଗ୍ୟକୁ ଆଦରି ବାରଣ୍ଡାରେ ଶୋଇ ରହିଥିଲା। କିଏ ବା ତାକୁ ଚିକିତ୍ସା ଯୋଗାଇଦେବ, ତେଣୁ ବାରଣ୍ଡାରେ ପଡି ରହି ଈଶ୍ୱରଙ୍କୁ ହିଁ ଡାକୁଥିଲା ଜେମା ସଏ। ଏହା କଟକ ଜିଲ୍ଲାର ଆଠଗଡ ବ୍ଲକ ଅନ୍ତର୍ଗତ କୃଷ୍ଣପୁର ପଞ୍ଚାୟତର ରାଧିକାପାଟିକା ସାହିର ଚିତ୍ର।
ପୂର୍ବାହ୍ନରେ ଜନଜାତି ଅଧ୍ୟୁଷିତ ରାଧିକାପାଟିକା ସାହିକୁ ଖବର ସଂଗ୍ରହ ପାଇଁ ଯାଇଥିବା ସ୍ଥାନୀୟ ସମାଜ ପ୍ରତିନିଧି ବାରଣ୍ଡାରେ ଶୋଇଥିବା ଅବସ୍ଥାରେ ଜେମାକୁ ଦେଖି ପଚାରି ବୁଝିଥିଲେ। ଅସହାୟ ଅବସ୍ଥାରେ ରୋଗରେ ୩ ମାସ ଧରି ବାରଣ୍ଡାରେ ପଡି ରହିବା ଓ ଠିକଣା ଚିକିତ୍ସା ପାଇ ପାରୁନଥିବା ସଂପର୍କରେ ଜାଣିବାକୁ ପାଇଥିଲେ। ପରିବାର ସଦସ୍ୟ, ସାହିଲୋକ ଓ ଜେମା ସହିତ ଆଲୋଚନା କରିବା ପରେ ଚିକିତ୍ସାଳୟକୁ ଯିବା ପାଇଁ ସମ୍ମତି ହୋଇଥିଲେ। ଶ୍ରୀ ବେହେରା ସ୍ଥାନୀୟ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସଙ୍କୁ ଯୋଗାଯୋଗ କରିଥିଲେ। ଡାକ୍ତର ଶ୍ରୀ ଦାସଙ୍କ ପରାମର୍ଶ କ୍ରମେ ୧୦୮ ଆମ୍ବୁଲାନ୍ସ ଆସିଥିଲା ଜେମା ସଏକୁ ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ। ହେଲେ ଗାଁକୁ ରାସ୍ତା ନାହିଁ। ଆମ୍ବୁଲାନ୍ସ କିଭଳି ଆସିବ।
ପ୍ରାୟ ୨ କିମି ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା। ସେପଟେ ଜେମା ସଏ ମଧ୍ୟ ୩ ମାସ ଧରି ରୋଗରେ ପଡିଥିବାରୁ ଏତେବାଟ ଚାଲିକି ଯିବା ସମ୍ଭବପର ନୁହେଁ। ତେଣୁ ନିକଟରେ କାମ କରୁଥିବା ଦୁଇଜଣ ସ୍ଥାନୀୟ ଯୁବକ, ସ୍ୱାସ୍ଥ୍ୟକର୍ମଚାରୀ ରମାକାନ୍ତ ସିହ୍ନାଙ୍କୁ ସାଥି କରି ସାମ୍ବାଦିକ ଶ୍ରୀ ବେହେରା ଖଟିଆ ଯୋଗେ ଅସୁସ୍ଥ ଜେମାକୁ ପ୍ରାୟ ୨ କିମି ଖଟିଆରେ ବିପଦ ସଙ୍କୁଳ କାଠପୋଲ ଓ କାଦୁଆ ରାସ୍ତାଦେଇ ଆମ୍ବୁଲାନ୍ସକୁ ଆଣିଥିଲେ। ଏବେ ଜେମା ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ପ୍ରକାଶ ଯୋଗ୍ୟ ଜେମାର ପରିବାର କହିଲେ ବିଧବା ଭାଉଜ ଓ ଝିଆରୀକୁ ବୁଝାଏ। ଭାଇ ଆରପାରିକୁ ଯାଇଥିବାରୁ ଭାଉଜ ଉପରେ ନିର୍ଭରଶୀଳ ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories