www.samajalive.in
Sunday, December 14, 2025
14.1 C
Bhubaneswar

କଖଡିରେ ବାରହା ଉପଦ୍ରବ, ପାଚିଲା କିଆରୀକୁ କଲେ ନଷ୍ଟ

ଗୁରୁଡିଝାଟିଆ: ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳର କଖଡିରେ ବାରହାମାନଙ୍କ ଉପଦ୍ରବ ବୃଦ୍ଧି ପାଇଛି। ଦଳଦଳ ହୋଇ ବାରହା ସଂନ୍ଧ୍ୟା ହେଲେ ନିକଟସ୍ଥ ଜଙ୍ଗଲ ଓ ଜଳାଶ୍ରୟ ନିକଟରେ ରହିଥିବା ବୁଦାମାନଙ୍କରୁ ବାହାରି ପାଚିଲା ଧାନ କ୍ଷେତରେ ପଶି ନଷ୍ଟ କରିବା ସହିତ ଖାଇକି ଉଜାଡି ଦେଉଛନ୍ତି। ଚଳିକ ବର୍ଷ ଅନୁକୂଳ ପାଣିପାଗ ଥିବାରୁ ଶାରଦ ଧାନ ଭଲ ଅମଳକ୍ଷମ ହେବା ଭଳି ଜଣାପଡିଛି। ଧାନ କିଆରୀକୁ ଗଲେ ବେଶ ବାରି ହୋଇପଡୁଥିଲା। ହେଲେ ବାରାହା ପଲ କୃଷକଙ୍କ ବର୍ଷକର ଆହାରକୁ ଛଡାଇ ନେଇଛି। ଘୋର ସଂକଟ ମଧ୍ୟରେ ଚିନ୍ତାଗ୍ରସ୍ତ ହୋଇପଡିଛି ଚାଷୀ।

ହାତୀଙ୍କ ଠାରୁ ପାଚିଲା ଧାନକ୍ଷେତ୍ର ଉଜାଡିବା କ୍ଷେତ୍ରରେ ବାରାହା ପଲ ଅଧିକ ସକ୍ରିୟ ହୋଇଉଠିଛନ୍ତି। କଖଡି ଗ୍ରାମର ଗଙ୍ଗାଧର ବେହେରାଙ୍କ ୨୦ଗୁଣ୍ଠ ପାଚିଲା ଧାନ କିଆରୀ ସଂପୂର୍ଣ୍ଣ ଉଜାଡି ଦେଇଛନ୍ତି। ସେହିଭଳି ତ୍ରିନାଥ ସାହୁ, ସେଖ୍‍ ଜଲିଲ, ଶରତ ଚନ୍ଦ୍ର ମହାନ୍ତି, ସନ୍ତୋଷ କୁମାର ରାଉତ, ଗନ୍ଧର୍ବ ଦାସଙ୍କ ଭଳି ବହୁ କୃଷକଙ୍କ ପାଚିଲା ଧାନ କିଆରୀକୁ ବାରାହା ଉଜାଡି ଦେଇଛନ୍ତି। ବିଶେଷତଃ କଖଡି ଅଞ୍ଚଳର ପାରିବିଲା, ଦଣ୍ଡା, ଏକଡାଳିଆ ଗହୀରରେ ବାରାହାଙ୍କ ଉତ୍ପାତ ବୃଦ୍ଧି ପାଇଛି। ସେହିଭଳି ଭାବରେ ନାରଙ୍ଗବସ୍ତ, ପ୍ରଶନ୍ନାପୁର, ଲିଙ୍ଗାପଦା, ବିଦ୍ୟାଧରପୁର, ଗୋପିନାଥପଡା, ବିଷ୍ଣୁପୁର ଓ ବ୍ରାହ୍ମଣବସ୍ତ ପ୍ରଭୂତି ଗାଁର ଧାନକ୍ଷେତରେ ବାରାହା ହାଉଯାଉ ହେଉଛନ୍ତି। ଗତବର୍ଷ ବ୍ରାହ୍ମଣବସ୍ତରେ ଦୁଇଜଣ କୃଷକଙ୍କୁ ବାରାହା ଅତର୍କିତ ଆକ୍ରମଣ କରିବାରୁ ଗୁରୁତର ହୋଇଥିଲେ। ଲିଙ୍ଗାପଦାରେ ମଧ୍ୟ ପାଚିଲା ଧାନ କିଆରୀକୁ ରକ୍ଷା କରିବା ପାଇଁ ରାତିରେ କୃଷକମାନେ ଟାୟାର ଜାଳି ରାତି ତମାମ ଉଜାଗର ରହୁଥିବା ଦେଖାଯାଇଛି। ବନବିଭାଗ ତୁରନ୍ତ ବାରହା ଉପଦ୍ରବକୁ ରୋକିବା ସହିତ ବର୍ଦ୍ଧିତ ହାରରେ କ୍ଷୟକ୍ଷତି ଦେବା ପାଇଁ ଦାବି ହୋଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories