www.samajalive.in
Monday, December 15, 2025
15.1 C
Bhubaneswar

ଛୁଟିଦିନରେ ପ୍ରଭୁ ଧବଳେଶ୍ୱରଙ୍କ ପୀଠରେ ପଞ୍ଚକର ଭ୍ରମ, ଦର୍ଶନ କଲେ ୮୦ ହଜାର ଶ୍ରଦ୍ଧାଳୁ

ଗୁରୁଡିଝାଟିଆ: ରବିବାର ଛୁଟିଦିନ ଥିବାରୁ ପ୍ରଭୂ ଧବଳେଶ୍ୱରଙ୍କ ପୀଠରେ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା। ପ୍ରାୟ ୮୦ ହଜାର ଶ୍ରଦ୍ଧାଳୁ ପୀଠରେ ସମାଗମ ହେବାରୁ ପଞ୍ଚକର ଭ୍ରମ ସୃଷ୍ଟି କରିଥିଲା। ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନେ ଠେଲାପେଲା ହୋଇଥିଲେ। ସ୍ୱଳ୍ପ ସଂଖ୍ୟକ ପୁଲିସକୁ ହଠାତ୍ ହଜାର ହଜାର ଶ୍ରଦ୍ଧାଳୁ ରୁଣ୍ଡ ହେବା ଫଳରେ କିଛି ସମୟ ପାଇଁ ପୁଲିସ ଭିଡ ନିୟନ୍ତ୍ରଣ କରିବା ନିମନ୍ତେ ନାକେଦମ ହୋଇଥିଲା। ଭିଡ ପ୍ରାୟ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଲାଗିରହିଥିଲା। ସାଧାରଣତଃ ପଞ୍ଚକ ସମୟରେ ଏତେ ସଂଖ୍ୟକ ଶ୍ରଦ୍ଧାଳୁ ପ୍ରଭୂ ଙ୍କୁ ଦର୍ଶନ କରିବା ପାଇଁ ପୀଠକୁ ଆସିଥାନ୍ତି। ହଠାତ୍ ଦର୍ଶନ ପାଇଁ ଆସିବା ଫଳରେ ଲମ୍ବା ଧାଡି ମଧ୍ୟ ଲାଗିଥିଲା। ଘଣ୍ଟାଘଣ୍ଟା ଧରି ଶ୍ରଦ୍ଧାଳୁମାନେ ଧାଡିରେ ଛିଡା ହୋଇଥିଲେ।

ଆଉକିଛି ଶ୍ରଦ୍ଧାଳୁ ଧାଡିଭାଙ୍ଗି ଦର୍ଶନ ପାଇଁ ପଶିବା ସମୟରେ ଧାଡିରେ ଥିବା ଶ୍ରଦ୍ଧାଳୁଙ୍କ ସହିତ ସେମାନଙ୍କ ପେଲାଠେଲା ହୋଇଥିଲା। ଆଜି ମଞ୍ଚେଶ୍ୱର ଠାରୁ ନୂଆପାଟଣା ଡାକବଙ୍ଗଳା ପର୍ଯ୍ୟନ୍ତ ଯାନବାହନ ଏଭଳି ଭାବେ ଅଟକିଥିଲା ଯେ ଯାତାୟାତ ପାଇଁ ଘୋର ଅସୁବିଧା ହୋଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକମାନେ ଠିଆହୋଇ ରହିଥିଲେ। ଯାହବାହନଗୁଡିକର ଜାମ୍ ହେବା ଫଳରେ ଟ୍ରାଫିକ ସମାସ୍ୟା ଦେଖାଯାଇଥିଲା। ତେଣୁ ଉପଖଣ୍ଡ ଓ ଜିଲ୍ଲା ପୁଲିସ ପକ୍ଷରୁ ଏଥିପ୍ରତି ସଜାଗ ଦୃଷ୍ଟି ଦିଆନଗଲେ ଆଗାମୀ ଦିନରେ ଅଁଳା ନବମୀ ଓ ନାଗଲ ଚତୁର୍ଥୀ ପଞ୍ଚ ର ଅବ୍ୟବହିତ ପୂର୍ବରୁ ପଡୁଥିବାରୁ ଭିଡ ନିୟନ୍ତ୍ରଣ କରିବାରେ ଅସମର୍ଥ ହେବେ। ତେଣୁ ଏଥିପ୍ରତି ସଜାଗ ହେବା ପାଇଁ ସାଧାରଣରେ ଦାବି ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories