ଗୁରୁଡିଝାଟିଆ: ଖୁଣ୍ଟୁଣୀ ପୁଲିସ ରାତ୍ରୀକାଳୀନ ପାଟ୍ରୋଲିଂ କରୁଥିବା ବେଳେ ବିଳମ୍ବିତ ରାତିରେ ଟି ମାଙ୍କଡା ପଥର ବୋଝେଇ ଟ୍ରକକୁ ଜବତ କରିଛି। ଢେଙ୍କାନାଳ ପାର୍ଶ୍ବରୁ ମାଙ୍କଡାପଥର ବୋଝେଇ ହୋଇ ୨ଟି ଟ୍ରକ ଆସୁଥିଲା। ଉକ୍ତ ଟ୍ରକ ୨ଟିକୁ ଯାଞ୍ଚ ପାଇଁ ଥାନା ଅଧିକାରୀ ରବି ନାରାୟଣ ବେହେରା ଅଟକାଇଥିଲେ। ଟ୍ରକର ଚାଳକକୁ ଆବଶ୍ୟକ କାଗଜପତ୍ର ମାଗିଥିଲେ। ତେବେ ଉଭୟ ଟ୍ରକ ଡ୍ରାଇଭର ମାଙ୍କଡ଼ାପଥ କେଉଁଠାରୁ ଆସିଲା ଏବଂ କୁଆଡେ ଯାଉଛି ତାହାର ସ୍ପଷ୍ଟ ସୂଚନା ଦେଇପାରିନଥିଲେ। ଫଳରେ ଏହି ୨ଟି ଟ୍ରକରେ ମାଙ୍କଡ଼ାପଥର ଚୋରା ଚାଲାଣ ହେଉଥିବା ଥାନା ଅଧିକାରୀ ଶ୍ରୀ ବେହେରା ଜାଣିବାକୁ ପାଇଥିଲେ। ଟ୍ରକ ଦୁଇଟିକୁ ଜବତ ପରେ ଥାନାକୁ ଆଣିବା ସହିତ ଜିଲା ଖଣି ଅଧିକାରୀଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।
Popular Categories



