www.samajalive.in
Monday, December 15, 2025
17.1 C
Bhubaneswar

ଆଭାସିରେ ଶ୍ରଦ୍ଧାଳୁ ଦେଖିବେ ଧବଳେଶ୍ବରଙ୍କ ବଡସିଂହାର ବେଶ

ଗୁରୁଡିଝାଟିଆ: ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚକ ଓ ବଡଓଷା ଯାତ୍ରାର ଆଜି ଦ୍ବିତୀୟ ଦିନ। ନୀତିପାଳିଆ ଟିକମ ପତ୍ରୀ ପ୍ରଭୁ ଧବଳେଶ୍ବରଙ୍କ ନୀତିକାର୍ଯ୍ୟ ସଂପନ୍ନ କରିଥିଲେ। ଦେବୋତ୍ତର ସୁପରଭାଇଜର ଭବାନୀ ପ୍ରସାଦ ପଣ୍ଡାଙ୍କ ଉପସ୍ଥିତିରେ ପ୍ରଭୁ ଧବଳେଶ୍ୱରଙ୍କ ଗଙ୍ଗାଧର ବେଶ ଅନୁଷ୍ଠିତ ହୋଇଥିଲା। ଭୋର ୫ଟାରୁ ଶ୍ରଦ୍ଧାଳୁମାନଙ୍କ ଉଦ୍ଦେଶ୍ୟରେ ଅାଭାସୀ ଜରିଆରେ ବଡ ପରଦାରେ ସିଧା ପ୍ରସାରଣ କରାଯାଇଥିଲା। ଆଜି ପ୍ରାୟ ୩ଶହରୁ ଅଧିକ ଶ୍ରଦ୍ଧାଳୁ ପ୍ରଭୁଙ୍କ ଆଭାସୀ ଦର୍ଶନ କରିବା ସହ ପ୍ରସାଦ ପାଇଥିଲେ। ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁ, ତହସିଲଦାର ପ୍ରିୟବ୍ରତଦାସ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶ ଉପସ୍ଥିତ ଥିଲେ। ରାତି ପାହିଲେ (ରବିବାର) ପ୍ରଭୂଙ୍କ ବଡଓଷା ଓ ବଡସିଂହାର ବେଶ ଅନୁଷ୍ଠିତ ହେବ। ବର୍ଷକରେ ଥରେ ବଡଓଷା ଦିନ ପ୍ରଭୁ ଧବଳେଶ୍ୱରଙ୍କ ବଡସିଂହାର ବେଶ ଅନୁଷ୍ଠିତ ହୋଇଥାଏ। ଯାହାକି ଆସନ୍ତାକାଲି ଧବଳେଶ୍ବର ପୀଠରେ ଅନୁଷ୍ଠିତ ହୋଇ ଆଭାସୀ ମାଧ୍ୟମରେ ପ୍ରଦର୍ଶିତ ହେବ। ରବିବାର ରାତ୍ରୀ ୩ଟା ପ୍ରଭୁଙ୍କ ଗଜଭୋଗ ଲାଗିକରାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories