ଗୁ୍ରୁଡିଝାଟିଆ,-ବି କେ ଷ୍ଟିଲ କାରଖାନା ପାଲଟିଛି ଶ୍ରମିକ ଓ କର୍ମଚାରୀଙ୍କ ପାଇଁ ମରଣ ଯନ୍ତା। କାରଖାନା କର୍ତ୍ତୃପକ୍ଷ ଶ୍ରମ, କାରଖାନା ଓ ବାସ୍ପିତ ବିଭାଗ ର ନୀତି ନିୟମ କୁ ଅଣଦେଖା କରି ଲାଭ ଖୋର ମନବୃତ୍ତି ପାଇଁ ଜଣକ ପରେ ଜଣକ କର୍ମଚାରୀ ଓ ଅଧିକାରୀ ଙ୍କ ଜୀବନ ଦୀପ ଅକାଳ ରେ ଲିଭି ଯାଉଛି। ପରିତାପର ବିଷୟ କାରଖାନାରେ ନିଯୁକ୍ତି ହୋଇ ନାହାନ୍ତି ସୁରକ୍ଷା ଅଧିକାରୀ କି ପ୍ରାଥମିକ ଚିକିତ୍ସା ପାଇଁ ତୃଣ ମୂଳ ସ୍ତରୀୟ ସ୍ବାସ୍ଥ୍ୟ କର୍ମଚାରୀ। ଯାହା ପାଇଁ ଆଜି ସଂଧ୍ୟାରେ କାରଖାନା ର ଡିଆରଆଇ ବିଭାଗ ରେ କାର୍ଯ୍ୟ କରୁଥିବା ଯୁବ ଇଞ୍ଜିନିୟର ରାକେଶ ମହାନ୍ତି( ୩୪) ଙ୍କ ବିଦ୍ୟୁତ୍ ଆଘାତରେ ପରଲୋକ ଘଟିଛି।
ମୃତ ରାକେଶର ଘର ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ର କଦମପାଳ ଗାଁରେ। ଏହି କାରଖାନା ରେ ମାତ୍ର ସପ୍ତାହ ହେଲେ ନିଯୁକ୍ତି ପାଇଁ କାର୍ଯ୍ୟ କରୁଥିବାବେଳେ ଆଜି ତା’ ର ପରଲୋକ ଖବର ଶ୍ରମିକ ଓ କର୍ମଚାରୀ ମହଲରେ ଶୋକ ର ଛାୟା ଖେଳାଇ ଦେଇଛି। ଉଲ୍ଲେଖ ଯୋଗ୍ୟ ଗତ ସପ୍ତାହରେ କାରଖାନାର ଏସଏମଏସ ରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ତିଗିରିଆ ଅଚଳକୋଟ ଗାଁ ଦିନେଶ ପାତ୍ର (୧୯) ର ହାତ ପାପୁଲି କଟି ଯାଇଥିଲା।ଏବେ ବି ଏକ ଘରୋଇ ଡାକ୍ତରଖାନା ରେ ଚିକିତ୍ସା ହେଉଛି। ଏଥିରୁ କାରଖାନା କର୍ତ୍ତୃପକ୍ଷ କୌଣସି ଶିକ୍ଷା ଗ୍ରହଣ କରୁ ନାହିଁ କି ବିଭାଗୀୟ ଅଧିକାରୀ ବା ଶ୍ରମ ବିଭାଗ ଆଖି ବୁଜି ଦେବା ପରିତାପର ବିଷୟ ଅଟେ। କାରଖାନାର ଶ୍ରମିକ ନେତା ପ୍ରକାଶ ରାଉତ ଓ ଗଗନ ବିହାରୀ ପରିଡ଼ା କାରଖାନା କର୍ତ୍ତୃପକ୍ଷ ନିରାପତ୍ତା ଅଧିକାରୀ ନିଯୁକ୍ତି,ଆବଶ୍ୟକ ପୁରକ୍ଷା ଉପକରଣ ପ୍ରଦାନ ,ପ୍ରଶିକ୍ଷଣ ପ୍ରଦାନ ,ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ପାଇଁ ନିଯୁକ୍ତି ପ୍ରଦାନ ସରିବା ସହିତ ମୃତ ଇଞ୍ଜିନିୟର ରାଜେଶ ର ପରିବାର କୁ ପଚାଶ ଲକ୍ଷ ଟଙ୍କା କ୍ଷତି ପୁରାଣ ଓ ପରିବାର ରୁ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦାବି କରିଛନ୍ତି।ଘଟଣା ସମ୍ପର୍କ ରେ କାରଖାନା ର କୌଣସି କର୍ମଚାରୀ ମୁଁହ ନ ଖୋଲିବା ପରିତାପର ବିଷୟ ଅଟେ। ଉଲ୍ଲେଖ ଯୋଗ୍ୟ ମୃତ ଇଞ୍ଜିନିୟର ରାକେଶ କୁ କାରଖାନା ରୁ ଚିକିତ୍ସାଳୟ ନେବା ବାଟରେ ମୃତ୍ୟୁ ହୋଇଥିଲା।



