www.samajalive.in
Monday, December 15, 2025
27.1 C
Bhubaneswar

ଦଶମ ବଂଶଧାରା ଉତ୍ସବ ନିରାଡ଼ମ୍ବର ଭାବେ ପାଳିତ

ଗୁଣପୁର: ହଳଦିଆ ନାଳ ନିକଟସ୍ଥ ପଡିଆରେ ଦଶମ ବଂଶଧାରା ମହୋତ୍ସବ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି । କୋଭିଡ କଟକଣା ଯୋଗୁ ଚଳିତ ବର୍ଷ ଆଜି ଗୋଟିଏ ଦିନ ପାଇଁ ଉତ୍ସବ ପାଳନ କରାଯାଇଛି। ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଏବଂ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଏହି ଉତ୍ସବ ଖୋରଖ ଯୋଗାଇଛି । ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ରାଜ୍ୟର ଅଗ୍ରଣୀ ଶିକ୍ଷାବିତ ତଥା ଜିଆଇଟି ବିଶ୍ୱବିଦ୍ୟାଳୟର ସଭାପତି ଡଃ ସତ୍ୟ ପ୍ରକାଶ ପଣ୍ଡା ଯୋଗଦେଇ ଅଞ୍ଚଳର ବୈଷୟିକ ଶିକ୍ଷା ଯୋଗୁ ଏହି ମାଟିର ଅନେକ ବୈଷୟିକ ଓ ଯାନ୍ତ୍ରିକ ଛାତ୍ରଛାତ୍ରୀ ଆଜି ଦେଶ ବିଦେଶରେ ନିଯୁକ୍ତି ସୁଯୋଗ ପାଇଛନ୍ତି । ଏଭଳି ଏକ ସୁଯୋଗ ସୃଷ୍ଟି କରିବାରେ ଜିଆଇଟିର ଏକାଗ୍ରତା ନିଷ୍ଠା ଓ ଅଗାଢ଼ ପରିଶ୍ରମ ଯୋଗୁଁ ସଫଲ ହୋଇପାରିଛି। ବିଭିଧତା ମଧ୍ୟରେ ଏକତା ସୃଷ୍ଟି କରିବାରେ ସଫଳ ହୋଇ ପାରିଛି ।

ସମ୍ମାନିତ ଅତିଥିଭାବେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାଶ ,ବିଧାୟକ ରଘୁନାଥ ଗମାଙ୍ଗ,ଯୋଗ ଦେଇ କଳା ସଂସ୍କୃତି ବିକାଶ ଦିଗରେ ରାଜ୍ୟ ସରକାର ପ୍ରଚେଷ୍ଟା କରି ଆସିଛନ୍ତି। ଏହି ଅଂଚଳର ବିରଳ ଲାଞ୍ଜିଆ ସୌରା, ଓ ଡଙ୍ଗରିଆ କନ୍ଧ ମାନଙ୍କ କଳା, ସଂସ୍କୃତି, କାରୁକାର୍ୟ୍ୟ ଆଜି ବିଶ୍ୱ ଦରବାରରେ ପ୍ରସିଦ୍ଧି ଲାଭ କରିଛି। ନବନିର୍ମାଣ ସମିତି ତଥା ଉତ୍ସବ କମିଟିର ସଭାପତି ଅକ୍ଷୟ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ କାର୍ୟ୍ୟକ୍ରମରେ ସମ୍ପାଦକ ମିଲି ପାଢ଼ୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ଉମା ଦଶ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥୀଙ୍କ ଦ୍ୱାରା ବଂଶଧାରା ସ୍ମରନିକା ଉନ୍ମୋଚିତ କରାଯାଇଛି । ଗତ ଗୋଟିଏ ମାସ ଧରି ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତି ଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଦୁର୍ଗା ଶତପଥୀ ଓ ବେବି ରାଣୀ ନନ୍ଦ ମାନ ପତ୍ର ପଠନ କରିଥିଲେ। ମଞ୍ଚରେ ଛାତ୍ରୀ ଅର୍ଚ୍ଚନା ରଇତ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହି ପୁରସ୍କାର କାର୍ୟ୍ୟକ୍ରମରେ ସପନ ଦାଶ, ସଂଜୀବ ପଟ୍ଟନାୟକ, ମୁନା ପାଣି, ତରୁଣ କାର୍ଜି ନିଖିଳ ପାତ୍ର, ବିମଳ ମିଶ୍ର ,କମଳ ଖୁଣ୍ଟିଆ ପରିଚାଳନା କରିଥିଲେ । ପରିଶେଷରେ ବରିଷ୍ଟ ଆଇନଜୀବୀ ରାଜେଦ୍ର ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

 

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories